spot_img

ଆଜିଠାରୁ କୋଣାର୍କ ମହୋତ୍ସବ ଆରମ୍ଭ

କୋଣାର୍କ : କୋଭିଡ କଟକଣା ମଧ୍ୟରେ ଆଜିଠାରୁ କୋଣାର୍କ ମହୋତ୍ସବ ଆରମ୍ଭ । ରଙ୍ଗୀନ ଅଲୋକ ମାଳାରେ ନବବଧୁ ପରି ସଜେଇ ହୋଇଛି ଅର୍କକ୍ଷେତ୍ର କୋଣାର୍କ । ପର୍ୟ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ୩୧ ତମ କୋଣାର୍କ ମହୋତ୍ସବ ଆଜିଠୁ ପାଂଚ ଦିନ ଧରି ଅନୁଷ୍ଠିତ ହେବ । ଏହା ସହିତ ଆଜି ଠାରୁ ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲ ଅନୁଷ୍ଠିତ ହେଉଛି ।ସଂଧ୍ୟାରେ ନୃତ୍ୟ ଉପଭୋଗ ସହ କୋଣାର୍କ ସୂର୍ୟ୍ୟମନ୍ଦିରରୁ ୩ କିଲୋମିଟର ଦୂରରେ ଚନ୍ଦ୍ରଭାଗାର ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକାକଳା ଉତ୍ସବ ଦେଖିବାକୁ ମିଳିବ। ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୭ଟା ପର୍ୟ୍ୟନ୍ତ ୨୫ଟି ଷ୍ଟଲରେ ବାଲୁକା କଳା ଦେଖିବାକୁ ମିଳିବ। ଓଡ଼ିଶା ସମେତ ରାଜସ୍ଥାନ, ତାମିଲନାଡ଼ୁ, ବିହାର ଓ ପଶ୍ଚିମବଙ୍ଗରୁ ୭୦ ଜଣ ବାଲୁକା କଳା ଶିଳ୍ପୀ ଅଂଶଗ୍ରହଣ କରି କଳା ପ୍ରଦର୍ଶନ କରିବେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular