spot_img

ଢେଙ୍କାନାଳରୁ ବଜ୍ରକାପ୍ତା ଗ୍ୟାଙ୍ଗ ଗିରଫ

ଢେଙ୍କାନାଳ: କପିଳାସ ସଂରକ୍ଷିତ ଜଙ୍ଗଲରୁ ବାହାର ଜିଲ୍ଲାକୁ ବଜ୍ରକାପ୍ତା ଚୋରା ଚାଲାଣ ହେଉଥିବାର ଖବର ପାଇ ଢେଙ୍କାନାଳ ଡିଏଫଓଙ୍କ ତତ୍ୱାବଧାନରେ ଏକ ୧୮ ଜଣିଆ ଟିମ ଗଠନ କରାଯାଇ ତଦନ୍ତ ଚାଲୁଥିଲା। ଗତକାଲି ସନ୍ଧ୍ୟାରେ ବଜ୍ରକାପ୍ତା ଚୋରା ଚାଲାଣ କରି ଫେରୁଥିବା ଏକ ଗ୍ୟକ୍ଷଙ୍ଗକୁ ଉକ୍ତ ଟିମ କଟକ ଜିଲ୍ଲାର ଶଙ୍କରପୁର ରାସ୍ତାରୁ ଧରିଥିଲେ। ସେମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ଗଡ଼ହଳଦିଆ ମେଡିକାଲ ସାହିର ଘନଶ୍ୟାମ ବେହେରା ,ଜଟଣୀ ଥାନା ବଡତୋଲା ଗ୍ରାମର ଜିତେନ୍ଦ୍ର ପ୍ରଧାନ। ଘଟଣାସ୍ଥଳରୁ୨ଜଣ ଫେରାର ହୋଇଯାଇଛନ୍ତି। ଗିରଫ ଅଭିଯୁକ୍ତଙ୍କଠାରୁ ଏକ ବଜ୍ରକାପ୍ତା ଜବତ କରାଯାଇଛି। ସେମାନଙ୍କୁ ପଚାରଉଚରା କଲାବେଳେ ଅଲଗା ଅଲଗା ମୂଲ୍ୟରେ ବେପାରୀଙ୍କୁ ବିକ୍ରି ପାଇଁ ମୂଲଚାଲ କରୁଥିବା ଜଣା ପଡିଥିଲା। ୪୦ଲକ୍ଷ ଟଙ୍କାରେ ଏହାକୁ ବିକ୍ରି ପାଇଁ ଠିକ ହୋଇଥିବା ସେମାନଙ୍କ ଫୋନ କଲରୁ ଜଣା ପଡ଼ିଛି । ସେମାନଙ୍କ ପାଖରେ ଅନେକେ ଗୁଡିଏ ଜୀବଜନ୍ତୁ ସହ ବଜ୍ରକାପ୍ତକ୍ଷ ରହିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular