spot_img

ନଦୀରେ ଭାସି ଯୁବକ ନିଖୋଜ

ମୁନିଗୁଡା ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କିନାମ ଗାଁ ନିକଟସ୍ଥ ବଂଶଧାରା ନଦୀରେ ଭାସିଯାଇ ନିଖୋଜ ହୋଇଥିବା ଯୁବକଙ୍କ ପତ୍ତା ମିଳୁନି । ଯୁବକ ଜଣଙ୍କ ପଡିମସ୍କା ଗାଁର ବିଜୟ ଡୋଲା । ବିଜୟ ସୋମବାର ସନ୍ଧ୍ୟାରେ ଡଙ୍ଗାଧାର ଜଳପ୍ରପାତକୁ ଗାଧୋଇବାକୁ ଯାଇଥିବା ବେଳେ ତାଙ୍କ ଗୋଡ ଖସିଯାଇଥିଲା । ଫଳରେ ସେ ନଦୀରେ ଭାସି ଯାଇଛନ୍ତି । ଖବରପାଇ ମୁନିଗୁଡା ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରି ପାଇ ନଥିଲେ । ମଙ୍ଗଳବାର ସକାଳୁ ମଧ୍ୟ ଗୁମୁଡା, ବିଷମକଟକ ଓ ମୁନିଗୁଡା ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପୁଣି ଖୋଜା ଖୋଜି ଜାରି ରଖିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular