ମୁମ୍ୱାଇ: ଭାରତୀୟ କ୍ରିକେଟ ଆଇକନ୍ ସଚିନ୍ ତେନ୍ଦୁଲକର ଛଅଟି ରାଜ୍ୟରେ ଗୁରୁତର ରୋଗରେ ପୀଡିତ ୧୦୦ ଜଣ ବଞ୍ଚିତ ଶିଶୁଙ୍କ ଚିକିତ୍ସା ଲାଗି ଆର୍ଥିକ ସହାୟତା କରିବେ ବୋଲି କହିଛନ୍ତି। ତେନ୍ଦୁଲକରଙ୍କ ସହଭାଗିତାରେ ଏକାମ ନାମକ ଏକ ଫାଉଣ୍ଡେସନ ସହିତ ରହିଛି। ଯାହା ସରକାରୀ ଏବଂ ଟ୍ରଷ୍ଟ ହସ୍ପିଟାଲରେ ଚିକିତ୍ସା ଗ୍ରହଣ କରୁଥିବା ପିଲାମାନଙ୍କ ଉପରେ ଧ୍ୟାନ ଦେଇଥାଏ। ଫାଉଣ୍ଡେସନ ମାଧ୍ୟମରେ ତେନ୍ଦୁଲକରଙ୍କ ସହାୟତା ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଆସାମ, କର୍ଣ୍ଣାଟକ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ପିଲାମାନଙ୍କ ନିକଟରେ ପହଞ୍ଚିଥାଏ । ଗୁରୁତର ରୋଗରେ ପୀଡିତ ଗରିବ ପରିବାରର ପିଲା, ଯେଉଁମାନେ ସେମାନଙ୍କର ଚିକିତ୍ସା ଖର୍ଚ୍ଚ ବହନ କରିବାରେ ସକ୍ଷମ ନୁହଁନ୍ତି, .ସେମାନଙ୍କୁ ଏହି ଫାଉଣ୍ଡେସନ ସହାୟତା ଦେଇଥାଏ। ଫାଉଣ୍ଡେସନ ମାଧ୍ୟମରେ ସଚ୍ଚିନ ତେନ୍ଦୁଲକରଙ୍କ ସହଭାଗିତା ଅତ୍ୟନ୍ତ ଫଳପ୍ରଦ ହୋଇଛି ଏବଂ ସଚ୍ଚିନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କିଛି ଭଲ କାମ କରୁଛନ୍ତି। ଏହାପୂର୍ବରୁ ତେନ୍ଦୁଲକର ଆସାମର କରିମଗଞ୍ଜ ଜିଲ୍ଲାର ମାକୁଣ୍ଡା ହସ୍ପିଟାଲକୁ ଶିଶୁଙ୍କ ଯନ୍ତ୍ରପାତି ଲାଗି ସହାୟତା କରିଥିଲେ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0