spot_img

ଆଇଏଫଏସ୍ ଅଭୟକାନ୍ତଙ୍କ ଡ୍ରାଇଭରକୁ ଭିଜିଲାନ୍ସ ଜେରା

ଭୁବନେଶ୍ୱର: ଆଜି ଭିଜିଲାନ୍ସ ଟିମ୍‌ ଅଭୟଙ୍କ ବାସଭବନରେ ଛାନ୍‌ଭିନ୍ କରୁଛି । ଅଭୟକାନ୍ତଙ୍କ ଘରେ ଭିଜିଲାନ୍ସର ୧୦ଜଣିଆ ଟିମ୍‌ ଚଢାଉ ଜାରି ରଖିଛି । ଅନ୍ୟପଟେ ତାଙ୍କ ଡ୍ରାଇଭର ଓ ୫ଜଣ ବ୍ୟାଙ୍କ କର୍ମଚାରୀଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ ଟିମ୍‌ । ୫ଟି ବ୍ଯାଙ୍କ କର୍ମଚାରୀଙ୍କୁ ପୂର୍ବରୁ କରାଯାଇଥିଲା ସମନ । ସେହିପରି ପୁତୁରା ହର୍ଷ ପାଠକଙ୍କୁ ଜେରା ପାଇଁ ସମନ ମଧ୍ୟ କରିଛି କ୍ରାଇମବ୍ରାଞ୍ଚ । ଜଙ୍ଗଲ ବାବୁ ଅଭୟ ପାଠକ ଓ ତାଙ୍କ ପୁଅ ଅକାଶ ପାଠକଙ୍କ ଅମାପ ସମ୍ପତ୍ତି ନେଇ ଛାନଭିନ ଜାରି ରଖିଛି ଭିଜିଲାନ୍ସ ସେଲ୍‌ । ଆଜି ପଞ୍ଚମ ଦିନରେ ଭିଜିଲାନ୍ସ ସେଲ୍‌ର ତଦନ୍ତ କରୁଛି । ଅଭୟଙ୍କ ଡ୍ରାଇଭର ଜୁମାରାତ୍‌ ଡାକି ପଚରାଉଚୁରା କରୁଛି ଭିଜିଲାନ୍ସ ସେଲ୍‌ । ତଦନ୍ତ ବେଳେ ଡ୍ରାଇଭର ଜୁମାରାତ୍‌ଙ୍କ ପିପିଲିସ୍ଥିତି ଘରୁ ୨୦ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।  ସେପଟେ ବାପ-ପୁଅଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ସ୍କାନରକୁ ଆଣିପାରେ ଭିଜିଲାନ୍ସ ସେଲ୍ । ଗତ ୨୭ତାରିଖରେ ଅଭୟକାନ୍ତ ଓ ପୁଅ ଆକାଶକୁ ଗିରଫ କରାଯାଇଥିଲା । ଆୟ ବହିର୍ଭୂତ  ସମ୍ପତ୍ତି ଓ ଦୁର୍ନୀତି ଅଭିଯୋଗ ଉପରେ ଚାଲିଛି ତଦନ୍ତ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular