spot_img

ବିଶ୍ୱ ଏଡସ୍‌ ଦିବସ ଅବସରରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା

ପୁରୀ: ଆଜି ବିଶ୍ୱ ଏଡ୍‌ସ ଦିବସ । ଚଳିତ ବର୍ଷର ଥିମ୍‌ ରଖିଛି ‘ବିଶ୍ୱ ଏକତା, ସହଭାଗୀ ଦାୟିତ୍ୱ’ । ଏଚ୍‌ଆଇଭି ବା ଏଡ୍‌ସର ଭୟାବହତା ସଂପର୍କରେ ଲୋକଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ବିଶ୍ୱ ଏଡସ୍‌ ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା । ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ସ୍ୱତନ୍ତ୍ର ବାର୍ତ୍ତା ଦିଆଯାଇଛି । ଏଡସ୍‌ ଯୋଗୁ ପ୍ରତିବର୍ଷ ଲକ୍ଷାଧିକ ଲୋକଙ୍କ ଜୀବନ ଯାଉଛି । ତେବେ ବାଲୁକା କୃତୀ ମାଧ୍ୟମରେ ଏହି ମାରାତ୍ମକ ରୋଗକୁ ପ୍ରତିହତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular