ନୂଆଦିଲ୍ଲୀ: ଏକ କୋଟି ୩୦ ଲକ୍ଷ ଭାରତୀୟ ନାଗରିକ ବିଦେଶରେ ରହୁଛନ୍ତି । ୨୦୨୧ ମସିହାରେ ପଶ୍ଚିମବଙ୍ଗ, ତେଲେଙ୍ଗାନା, ତାମିଲନାଡୁ, ଆସାମ ସମେତ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନରେ ଯେଉଁଭଳି ଭଳି ଅଧିକରୁ ଅଧିକ ଲୋକମାନେ ମତଦାନ ସାବ୍ୟସ୍ତ କରିପାରିବେ ସେ ନେଇ ଭାରତର ନିର୍ବାଚନ ଆୟୋଗ ବର୍ତ୍ତମାନ ବିଦେଶରେ ରହୁଥିବା ଭାରତୀୟମାନଙ୍କୁ ଅର୍ଥାତ୍ ଏନଆରଆଇକୁ ଡାକ ବାଲାଟ୍ ସୁବିଧା ଯୋଗାଇବାକୁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ସରକାରଙ୍କୁ ଏକ ପ୍ରସ୍ତାବ ପଠାଯାଇଛି । ବିଦେଶରେ ରହୁଥିବା ୬୦% ରୁ ଅଧିକ ଭାରତୀୟ ନାଗରିକଙ୍କୁ ଭୋଟ ଦେବାର ଅଧିକାର ଅଛି । ଯଦି ନିର୍ବାଚନ ଆୟୋଗର ପ୍ରସ୍ତାବକୁ ସରକାର ଅନୁମୋଦନ କରନ୍ତି, ତେବେ ଏହି ଭୋଟରମାନେ ଆସନ୍ତା ନିର୍ବାଚନରେ ବୈଦୁତିକ ଭାବରେ ପଠାଯାଇଥିବା ଡାକଘର ମାଧ୍ୟମରେ ଭୋଟ୍ ଦେବେ ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0