spot_img

ଟ୍ରାକ୍କର ଧକ୍କାରେ ୧୧ ବର୍ଷ ବାଳକର ମୃତ୍ୟୁ

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ ଶାଶୁଭୁଅଷୁଣୀ ପଂଚାୟତ ମଳିକ ସାହି ଗ୍ରାମରେ ଟ୍ରାକ୍କର ଧକ୍କାରେ ବାଳକର ମୃତ୍ୟୁ ଘଟିଛି । ସେହି ଗ୍ରାମର ଜଗବନ୍ଧୁ ମଳିକଙ୍କ ୧୧ ବର୍ଷର ପୁଅ କାହ୍ନୁ , ଚାଲି ଚାଲି ବଜାରକୁ ଆସୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରାକ୍ଟର ତାକୁ ଧକ୍କା ଦେଇଥିଲା । ଯାହା ଫଳରେ କାହ୍ନୁକୁ ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ପରିବାର ଲୋକ ନିକଟସ୍ଥ ବାସୁଦେବପୁର ଡାକ୍ତରଖାନାକୁ ନେଇ ଆସିଥିଲେ । ହେଲେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ଚୁଡାମୁଣି ସାମୁଦ୍ରିକ ପୋଲିସ ଘଟଣା ସ୍ଥଳରେ ପହଂଚି ଟ୍ରାକ୍ଟରୁ ଥାନାକୁ ଆଣିବା ସହିତ ଡ୍ରାଇଭରକୁ ଅଟକ ରଖିଛି ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular