spot_img

କୋହଲିଙ୍କ ସ୍ଥାନ ପୂରଣ କରିବା କଷ୍ଟକର

ସିଡନୀ: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଦଳ ଦୁଇଟି ଦିନିକିଆ ମ୍ୟାଚ ଖେଳି ସିରିଜର ଆରମ୍ଭ କରିଛି । ଏହା ପରେ ଭାରତୟ ଦଳକୁ ଟି-୨୦ ମ୍ୟାଚ ଓ ୪ଟି ଟେଷ୍ଟ ମ୍ୟାଚ ଖେଳିବା ପାଇଁ ପଡିବ । ତେବେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଗୋଟିଏ ଟେଷ୍ଟ ମ୍ୟାଚ ଖେଳି ଭାରତକୁ ଫେରିବା ବିଷୟ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବିରାଟଙ୍କ ଏପରି ପୈତୃକ ଛୁଟିରେ ରହିବା ଟିମ ଇଣ୍ଡିଆ ପାଇଁ ଏକ ବଡ ବିପର୍ଯ୍ୟୟ ବୋଲି କହିଛନ୍ତି ଖେଳ ବିଶେଷଜ୍ଞ । ତେବେ ବର୍ତ୍ତମାନ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ ମାଇକେଲ କ୍ଲାର୍କ ମଧ୍ୟ ସମାନ କଥା କହିଛନ୍ତି । ମାଇକେଲ କ୍ଲାର୍କଙ୍କ କହିବା ଅନୁସାରେ, ବିରାଟ କୋହଲି ଉଭୟ ଅଧିନାୟକ ଏବଂ ବ୍ୟାଟ୍ସମ୍ୟାନ । କିନ୍ତୁ ତାଙ୍କ ସ୍ଥାନରେ ବ୍ୟାଟିଂ କରିବେ କେ.ଏଲ ରାହୁଲ । କେ.ଏଲ ରାହୁଲ ଅତ୍ୟନ୍ତ ଦକ୍ଷ, ସେ ଏହା ପୂର୍ବରୁ ଏଠାରେ ଖେଳିଛନ୍ତି । କିନ୍ତୁ ବିରାଟ କୋହଲିଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କ କ୍ଷତିପୂରଣ ଦେଇ ପାରିବେ ନାହିଁ । ଅନ୍ୟପଟେ ଅଜିଙ୍କେ ରାହାଣେ ଜଣେ ଭଲ ଖେଳାଳି, ସେ ଅଧିନାୟକ ଦାୟିତ୍ୱ ସମ୍ଭାଳି ପାରିବେ । ଯଦି ବିରାଟଙ୍କ ଅନୁପସ୍ଥତିରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆକୁ ନିଜ ଘରୋଇ ଟେଷ୍ଟ ସିରିଜରେ ପରାସ୍ତ କରିଛି । ତା’ହେଲେ ଏହାଠାରୁ ଭଲ କିଛି ହୋଇପାରିବ ନାହିଁ । ଟିମ ଇଣ୍ଡିଆ ଏହା ପରେ ଏକ ବର୍ଷ ପାଇଁ ଉତ୍ସବ ପାଳନ କରିପାରିବ କାରଣ ଏହା ଏକ ବଡ ସଫଳତା ହୋଇପାରେ । ତେବେ ଏପରି କହି ଚର୍ଚ୍ଚାକୁ ଆସିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ମାଇକେଲ କ୍ଲାକ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular