ନୂଆଦିଲ୍ଲୀ: କେନ୍ଦ୍ର ସରକାର ବ୍ରହ୍ମପୁତ୍ର ନଦୀରେ ଦେଶର ଦୀର୍ଘତମ ସଡ଼କ ସେତୁ ନିର୍ମାଣ କରିବାକୁ ଯାଉଛନ୍ତି । ଭାରତ ଓ ଚୀନ ସୀମାରେ ଦିନକୁ ଦିନ ବଢୁଥିବା ବିବାଦକୁ ଦୃଷ୍ଟିରେ ରଖି ଶକ୍ତିଶାଳୀ ସଡ଼କ ନେଟୱାର୍କ ନିର୍ମାଣ ହେବାକୁ ଯାଉଛି । ଆସାମ-ମେଘାଳୟକୁ ସଂଯୋଗ କରୁଥିବା ଏହି ସେତୁର ଲମ୍ବ ୧୮ କିଲୋମିଟରରୁ ଅଧିକ ହେବ ଜ୍ଝ ଏହା ଚୀନ୍ ଏବଂ ବାଂଲାଦେଶ ସୀମାରେ ପହଞ୍ଚିବା ପାଇଁ ଏକ ନୂତନ ରାସ୍ତା ଯୋଗାଇବ ଜ୍ଝ ଏହି ସେତୁକୁ ରଣନୈତିକ ଏବଂ ସାମାଜିକ ଦୃଷ୍ଟିରୁ ନିର୍ମାଣ କରିବା ସହ ଆବଶ୍ୟକସ୍ଥଳେ ସାମରିକ ଯାନ, ଲଜିଷ୍ଟିକ୍ସ ଏବଂ ବାଣିଜ୍ୟିକ ଯାନଗୁଡିକ ଖୁବ ଶୀଘ୍ର ନିଜ ଲକ୍ଷ୍ୟସ୍ଥଳରେ ପହଁଞ୍ଚି ପାରିବ ଜ୍ଝ ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ଅର୍ଥନୈତିକ କାର୍ୟ୍ୟକଳାପ ଗତି ମଧ୍ୟ ବୃଦ୍ଧି ପାଇବ । ଏହି ସେତୁ ନିର୍ମାଣ ନୂଆ ବର୍ଷରୁ ଆରମ୍ଭ ହେବ ଏବଂ ଏହା ୨୦୨୬-୨୭ ସୁଦ୍ଧା ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି ଜ୍ଝ ଏହାର ମୂଲ୍ୟ ପ୍ରାୟ ୫୦୦୦ କୋଟି ଟଙ୍କା ହେବ । ଏହି ଯୋଜନା ଅନୁଯାୟୀ ୧୨.୬୨ କିଲୋମିଟର ଲମ୍ବା ବ୍ରିଜ୍, ଧୁବ୍ରି ପଟରୁ ୩.୫ କିଲୋମିଟର ଏବଂ ଫୁଲୱାରୀ ପଟକୁ ୨.୨ କିଲୋମିଟର ରାସ୍ତା ନିର୍ମାଣ ହେବ ଯାହା ବ୍ରିଜକୁ ସଂଯୋଗ କରିବ । ସେତୁ ନିର୍ମାଣ ଦ୍ୱାରା ଆସାମ, ମେଘାଳୟ, ତ୍ରିପୁରା, ବାରକ ଉପତ୍ୟକା ଇତ୍ୟାଦି ଅଞ୍ଚଳ ଗମନାଗମନ ବ୍ୟବସ୍ଥା ସୁଗମ ହେବ ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0