ଭୁବନେଶ୍ୱର : କଂଗ୍ରେସ ବିଧାୟକମାନେ ବିଜେଡିଠୁ ଟଙ୍କା ନେଇ ‘ପରୀ’ ପ୍ରସଙ୍ଗରେ ମୁହଁ ବନ୍ଦ ରଖିଥିବା ଭଳି ସାଂଘାତିକ ଅଭିଯୋଗ ଗତକାଲି ଆଣିଥିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଆଜି ଏହା ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରି ସମ୍ବିତଙ୍କ ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଚେତାବନୀ ଦେଇ ସେ କହିଛନ୍ତି, ସମ୍ବିତ ପାତ୍ର ତୁରନ୍ତ କ୍ଷମାଭିକ୍ଷା କରନ୍ତୁ। ନଚେତ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନ୍ୟପକ୍ଷରେ ଅନ୍ୟତମ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ସମ୍ବିତ ପାତ୍ରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ସମ୍ବିତ ପାତ୍ର ସର୍ବସମ୍ମୁଖରେ ଯେଉଁ ଅଭିଯୋଗ ଆଣିଛନ୍ତି ୧୫ ଦିନ ମଧ୍ୟରେ ତା’ର ପ୍ରମାଣ ଦିଅନ୍ତୁ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0