spot_img

ଝିଅ ନାଁରେ ବାପାଙ୍କର ଦେଶଦ୍ରୋହ ଅଭିଯୋଗ

ଝିଅ ନାଁରେ ବାପାଙ୍କର ଦେଶଦ୍ରୋହ ଅଭିଯୋଗ । ଜେଏନୟୁର ପୂର୍ବତନ ଛାତ୍ରନେତ୍ରୀ ସେହେଲା ରସିଦଙ୍କ ନାଁରେ ତାଙ୍କ ବାପା କରିଛନ୍ତି ସାଂ୍ଘାତିକ ଅଭିଯୋଗ । ଝିଅ ଯୋଗୁଁ ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ କହିଛନ୍ତି । ପରେ ସେହେଲା ମଧ୍ୟ ନିଜ ବାପାଙ୍କ ନାଁରେ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି । ଅବଦୁଲ୍ଲ ରସିଦ କହିଛନ୍ତି, ସେହେଲା ଯଦି ଜାତୀୟ ରାଜନୀତିରେ ଥିଲେ ତେବେ ହଠାତ କାହିଁକି କାଶ୍ମୀର ରାଜନୀତିରେ ପ୍ରବେଶ କଲେ । ପୂର୍ବରୁ କାଶ୍ମୀର ରାଜନୀତିରୁ ଦୂରେଇ ଯାଇଥିବା ଦଳଗୁଡିକ ପୁଣି ରାଜନୀତିକୁ ଫେରିଛନ୍ତି . ଧାରା ୩୭୦ ଉଚ୍ଛେଦ ବେଳେ ମଧ୍ୟ ସେହେଲେ ସୁପ୍ରିମକୋର୍ଟକୁ ଯାଇଥିଲେ ବୋଲି କହିଛନ୍ତି ଅବଦୁଲ୍ଲ ରସିଦ । ତେବେ ସେହେଲା କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅବଦୁଲ୍ଲା ରସିଦ । ସେ କହିଛନ୍ତି ଯେ ତାଙ୍କ ଆକାଉଣ୍ଟକୁ ଥରେ ଚେକ କରାଯାଉ । ତାଙ୍କ ଆକାଉଣ୍ଟରେ ରସିଦ ଇଞ୍ଜିନିୟର ଅଛନ୍ତି, ଯାହାଙ୍କ ଇତିହାସ ବହୁତ ଖରାପ ରହିଛି । ସେହେଲାଙ୍କ ପାର୍ଟିର ଜଣେ ଲୋକ ଏନଆଇଏର କଷ୍ଟେଡିରେ ଅଛନ୍ତି ବୋଲି ତାଙକ ବାପା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular