ଭୁବନେଶ୍ୱର : ସମ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । କୋଭିଡ୍ ଭଳି ସ୍ଥିତିରେ ବିରଳ ଲିଭର ଟ୍ରାନ୍ସପ୍ଲାଣ୍ଟ୍ ଅପରେସନ କରିଥିବାରୁ ସମ୍ ହସ୍ପିଟାଲକୁ ରାଜ୍ୟପାଳ ପ୍ରଶଂସା କରିଛନ୍ତି । ସମ୍ ହସ୍ପିଟାଲ ଓ ଏଆଇଜି ହସ୍ପିଟାଲର ମିଳିତ ଭାବେ ସଫଳତାର ସହ ଲିଭର୍ ଟ୍ରାନ୍ସପ୍ଲାଣ୍ଟ୍ କରିଥିବାରୁ ରାଜ୍ୟପାଳ ଡାକ୍ତରୀ ଟିମ୍କୁ ସାଧୁବାଦ ଦେଇଛନ୍ତି ।
ସୂଚନାଯୋଗ୍ୟ, ଆଇଏମସ ଆଣ୍ଡ ସମ୍ ହସପିଟାଲରେ ଦ୍ବିତୀୟ ଥର ପାଇଁ ସଫଳତାର ସହ ଲିଭର ପ୍ରତିରୋପଣ କରାଯାଇଛି । ସମ୍ ଏବଂ ହାଇଦ୍ରାବାଦ ଇଓଏ ହସପିଟାଲର ୫୦ ଜଣିଆ ଡାକ୍ତରୀ ଟିମ ଏହି ଲିଭର ଟ୍ରାନ୍ସପ୍ଲାଣ୍ଟକୁ ସଫଳତାର ସହ କରି ପାରିଛନ୍ତି। ଏଥିରେ ୭ଟି ବିଭାଗର ଡାକ୍ତର ନିୟୋଜିତ ହୋଇଥିଲେ। ଦୀର୍ଘ ୧୨ ଘଣ୍ଟା ଅପରେସନ୍ ପରେ ଏବେ ଉଭୟ ଲିଭର ଡୋନର ଏବଂ ରିସିଭର ସୁସ୍ଥ ଥିବା ଜଣାପଡିଛି ।ଗତକାଲି ସମ୍ବଲପୁର ଉମେଶ କୁମାର ରାଉତଙ୍କ ଶରୀରରେ ଲିଭର ଟ୍ରାନସପ୍ଲାଣ୍ଟ କରାଯାଇଛି।
ଉମେଶଙ୍କ ଭଉଣୀ ଅନିତା କୁମାରୀ ଲିଭର ଡୋନେଟ କରି ନିଜ ଭାଇର ଜୀବନ ବଞ୍ଚାଇଛନ୍ତି । ଦୀର୍ଘ ୧୨ ଘଣ୍ଟା ଅପରେସନ୍ ପରେ ଏବେ ଉଭୟ ଉମେଶ ଏବଂ ଅନିତା ସୁସ୍ଥ ଥିବା ଜଣାପଡିଛି । ଏଥିପାଇଁ ଏକାଥରକେ ତିନିଟି ଅପରେସନ ଥିଏଟରର ବ୍ୟବହାର ହୋଇଥିଲା। ଗୋଟିକରେ ଉମେଶ, ଦ୍ବିତୀୟଟିରେ ଅନୀତା କୁମାରୀଙ୍କ ଅପରେସନ ହୋଇଥିଲା। ତୃତୀୟ ଓଟିରେ ଲିଭର୍ ଟ୍ରାନସପ୍ଲାଣ୍ଟ ହୋଇଥିଲା । ଅନିତା କୁମାରୀଙ୍କ ଲିଭରରୁ ୬୦ ପ୍ରତିଶତ ଅଂଶ କାଟି ଉମେଶଙ୍କଠାରେ ରୋପଣ କରାଯାଇଛି।
ଲିଭର ଡୋନର୍ ଅନିତା କୁମାରୀ ଏବଂ ଟ୍ରାନ୍ସପ୍ଲାଣ୍ଟ ହୋଇଥିବା ଉମେଶ କୁମାର ରାଉତ ଅପରେସନ ପରେ ଉଭୟ ସମ୍ପୂର୍ଣ ଫିଟ୍ ଥିବା ଜଣାପଡିଛି। ଲିଭର ଟ୍ରାନ୍ସପ୍ଲାଣ୍ଟ ସଫଳତାରେ ସମ୍ ହସପିଟାଲର ଡାକ୍ତରମାନଙ୍କୁ ଧନ୍ୟବାଦ ଦେଇଛନ୍ତି ଉମେଶଙ୍କ ଧର୍ମପତ୍ନୀ ଓ ଅନୀତାଙ୍କ ସ୍ବମୀ ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0