ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତ ପରାଜୟ ହୋଇଥିଲା । ତେବେ ଏହି ପରାଜୟକୁ ସହଜରେ ହଜମ କରି ପାରିନାହାଁନ୍ତି ଭାରତୀୟ ଦଳର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ତାଙ୍କ କହିବା ଅନୁସାରେ, ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓପନିଂ ସ୍ପେଲରେ ତାଙ୍କର ପ୍ରମୁଖ ବୋଲାର ଯଶପ୍ରୀତ ବୁମରାଙ୍କୁ ମାତ୍ର ୨ ଓଭର ବୋଲିଂ କରାଇ ବହୁତ ବଡ ଭୁଲ କରିଛନ୍ତି । ତେବେ ବିଶ୍ୱକ୍ରିକେଟରେ ଅନ୍ୟକେହି ଏପରି ବଡ ଭୁଲ କରିନଥାନ୍ତେ ବୋଲି ଗୌତମ ଗମ୍ଭୀର କହିଛନ୍ତି । ଏହା ସହ କୋହଲିଙ୍କ ଅଧିନାୟକତ୍ୱ ଏବଂ ବିପକ୍ଷ ଦଳର ଅଧିନାୟକଙ୍କ ମଧ୍ୟରେ ତୁଳନା କରିଥିଲେ । ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ତାଙ୍କ ଦଳର ପ୍ରମୁଖ ପେସ ବୋଲର ଜୋସ ହାଜେଲଉଡଙ୍କର ଠିକଣା ସଦୁପଯୋଗ କରିବାରୁ ଆୟୋଜକ ଦେଶ ପ୍ରଥମ ଦୁଇଟି ଅନ୍ତର୍ଜାତିୟ ଦିନିକିଆରେ ସହଜ ବିଜୟ ଲାଭ କରିଛନ୍ତି । ଅନ୍ୟପଟେ ଭାରତୀୟ ଦଳରେ ଯଶପ୍ରୀତ ବୁମରାଙ୍କ ଭଳି ପ୍ରତିଭାସମ୍ପନ୍ନ ବୋଲର ଥିଲେ ନୂଆ ବୋଲରେ ତାଙ୍କୁ ମାତ୍ର ୨ ଓଭର ବୋଲିଂ ଦେବା ବହୁତବଡ ଭୁଲ ବୋଲି କହିଛନ୍ତି ଗମ୍ଭୀର । ତାଙ୍କ ମତରେ ଓପନିଂ ସ୍ପେଲରେ ଯଶପ୍ରୀତ ବୁମରା ଓ ମହମ୍ମଦ ସାମି ପ୍ରତ୍ୟେକଙ୍କୁ ୫ ଓଭର ଲେଖାଏଁ ବୋଲିଂ ଦେବା ଉଚିତ । ଏପରି ଟପ୍ପଣୀ ରଖି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି ଗମ୍ଭୀର ।



Visitors Today : 6
Total Visitors : 130181
Total Views : 9891632
Visitors Online Now : 0