ମୁମ୍ବାଇ: ଅନ୍ତର୍ଜାତୀୟ ଜୋତା କମ୍ପାନୀ ‘ବାଟା’ ସନ୍ଦୀପ କାଟାରିଆଙ୍କୁ ତା’ର ଗ୍ଲୋବାଲ ସିଇଓ ଭାବେ ନିଯୁକ୍ତ ଦେଇଛି। ଏଥିସହ ୧୨୬ ବର୍ଷର ଇତିହାସରେ ପ୍ରଥମଥର କୌଣସି ଭାରତୀୟଙ୍କୁ ଗ୍ଲୋବାଲ ଅପରେସନର ଦାୟିତ୍ୱ ପ୍ରଦାନ କରାଯାଇଛି। ୪୯ ବର୍ଷୀୟ ସନ୍ଦୀପ ଏବେ ଆଲେକ୍ସିସ ନାସାର୍ଡଙ୍କ ସ୍ଥାନ ନେବେ, ଯିଏ ପାଞ୍ଚବର୍ଷ ଧରି ଏହି ପଦବୀରେ ରହିଥିଲେ। କାଟାରିଆ ୨୦୧୭ରେ ବାଟା ଇଣ୍ଡିଆର ସିଇଓ ଭାବେ କମ୍ପାନୀ ସହ ଯୋଗ ଦେଇଥିଲେ। ସନ୍ଦୀପ ଏବେ ସେହି ଭାରତୀୟଙ୍କ ମଧ୍ୟରେ ସାମିଲ ହୋଇଛନ୍ତି, ଯେଉଁମାନେ ଗ୍ଲୋବାଲ କମ୍ପାନୀର ମୁଖ୍ୟ ପଦବୀ ସମ୍ଭାଳିଛନ୍ତି। ଏଥିରେ ମାଇକ୍ରୋସଫ୍ଟର ସତ୍ୟ ନାଦେଲା, ଆଲଫାବେଟର ସୁନ୍ଦର ପିଚାଇ, ମାଷ୍ଟରକାର୍ଡର ଅଜୟ ବାଙ୍ଗା, ଆଇବିଏମର ଅରବିନ୍ଦ କ୍ରିଷ୍ଣା, ରେକିଟ୍ଟ ବେଙ୍କକିସରର ଲକ୍ଷ୍ମଣ ନରସିମହନ, ଡିଆଜିଓର ଇଭାନ ମେନେଜେସ ଓ ନୋଭାର୍ଟିସର ବସନ୍ତ ନରସିମହନ ସାମିଲ ଅଛନ୍ତି। କାଟାରିଆଙ୍କୁ ତତ୍କାଳ ଭାବେ ‘ବାଟା’ର ଗ୍ଲୋବାଲ ସିଇଓ ନିଯୁକ୍ତି କରାଯାଇଛି। ପୂର୍ବରୁ ‘ବାଟା’ର ସିଇଓ ଥିବା ନାସାର୍ଡ ଏବେ କାଣ୍ଟାର ସହ ଯୋଗଦେବେ। ଆଇଆଇଟି-ଦିଲ୍ଲୀରୁ ଇଞ୍ଜିନିୟରିଂ କରିଥିବା କାଟାରିଆ ଢଜଖଓରୁ ୧୯୯୩ରୁ ଚଏଊଈଗ ବ୍ୟାଚର ଗୋଲ୍ଡ ମେଡାଲିଷ୍ଟ ଅଟନ୍ତି। ତାଙ୍କ ପାଖରେ ଭାରତ ଓ ୟୁରୋପରେ ୟୁନିଲିଭର, ୟମ ବ୍ରାଣ୍ଡସ ଓ ଭୋଡାଫୋନରେ ୨୪ ବର୍ଷ ଧରି କାମ କରିବାର ଅଭିଜ୍ଞତା ରହିଛି। କାଟାରିୟା ୧୭ ବର୍ଷ ପର୍ୟ୍ୟନ୍ତ କଞ୍ଜୁମର ଗୁଡ୍ସ କମ୍ପାନୀ ୟୁନିଲିଭର ସହ ରହିଥିଲେ। ବାଟା ଇଣ୍ଡିଆରେ ଯୋଗ ଦେବା ପୂର୍ବରୁ ସେ ଭୋଡାଫୋନ ଇଣ୍ଡିଆରେ ଚିଫ୍ କମର୍ସିଆଲ୍ ଅଫିସର୍ ଥିଲେ। ସ୍ୱିଜରଲ୍ୟାଣ୍ଡର ଜୋତା କମ୍ପାନୀ ‘ବାଟା’ ପାଇଁ ଭାରତ ସବୁଠାରୁ ବଡ଼ ମାର୍କେଟ। କମ୍ପାନୀର ଗଠନ ୧୮୯୪ରେ ହୋଇଥିଲା ଏବଂ ଏହାର ମୁଖ୍ୟାଳୟ ଲୁସାନେରେ ଅଛି। ‘ବାଟା’ ଦୁନିଆର ସର୍ବାଧିକ ଜୋତା ପ୍ରସ୍ତୁତିକାରୀ କମ୍ପାନୀ ବୋଲି ଦାବି କରିଛି। କମ୍ପାନୀ ପ୍ରତିଦିନ ୧୦ଲକ୍ଷରୁ ଅଧିକ ଗ୍ରାହକଙ୍କୁ ଜୋତା ବିକ୍ରି କରିଥାଏ। ସାରା ବିଶ୍ୱରେ କମ୍ପାନୀର ୫୮୦୦ ଷ୍ଟୋର୍ ରହିଛି ଏବଂ ୫ଟି ମହାଦ୍ୱୀପରେ ୨୩ ମାନୁଫ୍ୟାକଚରିଂ ୟୁନିଟରେ ଜୋତା ତିଆରି କରାଯାଏ। ବିଶ୍ୱର ୭୦ଟି ଦେଶରେ ବାଟା କମ୍ପାନୀ ରହିଛି ଏବଂ ୩୫ହଜାରରୁ ଅଧିକ କର୍ମଚାରୀ କାମ କରୁଛନ୍ତି।



Visitors Today : 5
Total Visitors : 130180
Total Views : 9891630
Visitors Online Now : 0