spot_img

ପୁରୀ ହାଜତ ମୃତ୍ୟୁ ମାମଲା, ଡିସେମ୍ବର ୧୪ରେ ପରବର୍ତ୍ତୀ ଶୁଣାଣି

କଟକ: ପୁରୀ ହାଜତ ମୃତ୍ୟୁ ଅଭିଯୋଗ ମାମଲା । ମୃତକ କେ ରମେଶଙ୍କ ପରିବାରକୁ କ୍ଷତିପୂରଣ ଦେବା ନେଇ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ସରକାର । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆ ସରିଛି ବୋଲି ରାଜ୍ୟ ସରକାର ହାଇକୋର୍ଟଙ୍କୁ ଜଣାଇଛନ୍ତି । ଏହାସହ ଜଣେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଦ୍ଵାରା ତଦନ୍ତ ଚାଲିଛି । ତେବେ କ୍ଷତିପୂରଣ ବାବଦରେ ଏନ ଏଚ ଆର ସି ଚୁଡ଼ାନ୍ତ ନିଷ୍ପତ୍ତି ନେବେ । ମାମଲାର ଆସନ୍ତା ୧୪ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ । ଗତ ୧୯ ତାରିଖରେ ପୁରୀ ବାସେଳିସାହି ଥାନା ହାଜତରେ ପୋଲିସ ରମେଶଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଏହାକୁ ପୋଲିସ ମନା କରିବା ସହିତ ଧସ୍ତାଧସ୍ତି ବେଳେ ମୃତ୍ୟୁ ହୋଇଥିବା ସ୍ୱୀକାର କରିଥିଲା । ଏହାକୁ ନେଇ ପୁରୀରେ ଉତ୍ତେଜନା ପ୍ରକାଶ ପାଇବାରୁ ଡିଜିପି ଏନଏଚଆରସି ଗାଇଡଲାଇନ ଅନୁସାରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ପୁରୀ ଏସପିଙ୍କୁ ବଦଳି କରିବା ସହିତ ୩ ପୋଲିସଙ୍କୁ ନିଲମ୍ବିତ କରିଥିଲେ ସରକାର।

LEAVE A REPLY

Please enter your comment!
Please enter your name here

- Advertisment -

Most Popular