spot_img

ଏଫସି ଗୋଆ ଓ ନର୍ଥଇଷ୍ଟ ମ୍ୟାଚ ଡ୍ର

ଗୋଆ: ଇଣ୍ଡିଆନ ସୁପରଲିଗରେ ଗୋଆ ଓ ନର୍ଥଇଷ୍ଟ ୟୁନାଇଟେଡ ମଧ୍ୟରେ କଡା ଟକ୍କର ହୋଇଥିଲା । ଫଳରେ ମ୍ୟାଚ ଡ୍ର ହୋଇଥିବା ସହ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ପାଇଛନ୍ତି । ତେବେ ନର୍ଥଇଷ୍ଟ ମୁମ୍ବାଇ ସିଟି ଏଫସିକୁ ୧-୦ରେ ହରାଇ ଚଳିତ ବର୍ଷ ବିଜୟ ଅଭିଯାନ ଆରମ୍ଭ କରିଥିଲା । ଅନ୍ୟପଟେ ଗୋଆ ଚଳିତ ବର୍ଷ ବିଜୟର ସ୍ୱାଦ ମଧ୍ୟ ଚାଖି ପାରିନାହିଁ । ଦଳ ୩ଟି ମ୍ୟାଚ ଖେଳିଥିଲେ ହେଁ ମାତ୍ର ୨ ପଏଣ୍ଟ ପାଇଛି । ବେଙ୍ଗୁଲୁରୁ ଏଫସି ବିପକ୍ଷ ପ୍ରଥମ ମ୍ୟାଚକୁ ଗୋଆ ୨-୨ରେ ଡ୍ର ରଖିଥିବାବେଳେ ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ସିଟି ଏଫସି ନିକଟରୁ ୦-୧ ଗୋଲରେ ହାରି ଯାଇଥିଲା । ତେବେ ପଏଣ୍ଟ ଟେବୁଲରେ ନର୍ଥଇଷ୍ଟ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଗୋଆ ସପ୍ତମ ସ୍ଥାନରେ ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular