spot_img

କୋଭିଡ଼ରେ ମଉଜ କରୁଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ : ପ୍ରତାପ ଦେବ

ଭୁବନେଶ୍ୱରମହାମାରୀ କୋଭିଡ୍ କାୟାରେ ଛଟପଟ ହେଉଥିଲା ଗଞ୍ଜାମ ଜିଲ୍ଲା । ପ୍ରଦୀପ ପାଣିଗ୍ରାହୀ ଉଡ଼ୁଥିଲେ ଚାର୍ଟର ଫ୍ଲାଇଟରେ । ଜିଲ୍ଲାରୁ ଦୈନିକ ହଜାରେ ହଜାରେ ପାଖାପାଖି ସଂକ୍ରମଣ ଚିହ୍ନଟ ହେଉଥିବା ବେଳେ ମଉଜରେ ମାତିଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଏମିତି ଅଭିଯୋଗ ଆଣିଛନ୍ତି ବିଜେଡି ମୁଖପାତ୍ର ତଥା ବିଧାୟକ ପ୍ରତାପ ଦେବ । ସେତିକି ନୁହେଁ ପ୍ରଦୀପଙ୍କ ସ୍ଥାନରେ ମୁଁ ଥିଲେ ମୋ ଝିଅକୁ ବାହା ଦେଇନଥାନ୍ତି ବୋଲି ପ୍ରତାପ ଦେବ କହିଛନ୍ତି । ବିଜେଡିର ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଭିଯୋଗର ଜବାବରେ ପ୍ରତାପ ଦେବ କହିଛନ୍ତି- ତାଙ୍କ ବିରୋଧରେ କୌଣସି ଷଡ଼ଯନ୍ତ୍ର ହୋଇନାହିଁ । ଯାହା ତଦନ୍ତରେ ଆସିଲା, ସେହି ହିସାବରେ  ପଦକ୍ଷେପ ନିଆଯାଇଛି । ବାପା ହୋଇ ଭାବି ଜ୍ୱାଇଁର ଦୋଷ ଘୋଡ଼ାଉଛନ୍ତି ପ୍ରଦୀପ ପାଣିଗ୍ରାହୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିନା ପ୍ରମାଣରେ ପଦକ୍ଷେପ ନେବେ ନାହିଁ । ଓଡ଼ିଶା ଜନ ସାଧାରଣ ମୂର୍ଖ ନୁହଁନ୍ତି । ଏଥିରେ କୌଣସି ଷଡ଼ଯନ୍ତ୍ର ହୋଇଛି ବୋଲି ମୋତେ ଲାଗୁନାହିଁ ।

କୋଭିଡ୍ ସମୟରେ ଫ୍ଲାଇଟ୍ ବନ୍ଦ ଥିଲା । ସମସ୍ତଙ୍କ ପାଇଁ ନିୟମ ଥିଲା, ଗସ୍ତ ନ କରିବାକୁ । ଏହି ସମୟରେ  ଲୋକଙ୍କ ପଇସାରେ ଟାର୍ଟର ଫ୍ଲାଇଟରେ ବୁଲିବା, କଣ ଜନ ବିରୋଧୀ ନୁହେଁ ବୋଲି ପାଲଟା ପ୍ରଶ୍ନ କରିଛନ୍ତି  ପ୍ରତାପ ଦେବ । କାହା ଅନୁମତିରେ ୧୭ରୁ ୧୮ ଥର ଗସ୍ତ କରିଥିଲେ । ଗଞ୍ଜାମରେ କୋଭିଡ୍ ସ୍ଥିତି ଅଣାୟତ୍ତ ଥିବା ଥିବାବେଳେ ପ୍ରଦୀପ ଫ୍ଲାଇଟରେ ବୁଲୁଥିଲେ । ପ୍ରଦୀପ କୋଭିଡ୍ ପ୍ରବଣ ଗଞ୍ଜାମ ପାଇଁ କ’ଣ କରିଛନ୍ତି ବୋଲି ପ୍ରତାପ ପ୍ରଶ୍ନ କରିଛନ୍ତି ?

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular