ଭୁବନେଶ୍ୱର: ମହାମାରୀ କୋଭିଡ୍ କାୟାରେ ଛଟପଟ ହେଉଥିଲା ଗଞ୍ଜାମ ଜିଲ୍ଲା । ପ୍ରଦୀପ ପାଣିଗ୍ରାହୀ ଉଡ଼ୁଥିଲେ ଚାର୍ଟର ଫ୍ଲାଇଟରେ । ଜିଲ୍ଲାରୁ ଦୈନିକ ହଜାରେ ହଜାରେ ପାଖାପାଖି ସଂକ୍ରମଣ ଚିହ୍ନଟ ହେଉଥିବା ବେଳେ ମଉଜରେ ମାତିଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଏମିତି ଅଭିଯୋଗ ଆଣିଛନ୍ତି ବିଜେଡି ମୁଖପାତ୍ର ତଥା ବିଧାୟକ ପ୍ରତାପ ଦେବ । ସେତିକି ନୁହେଁ ପ୍ରଦୀପଙ୍କ ସ୍ଥାନରେ ମୁଁ ଥିଲେ ମୋ ଝିଅକୁ ବାହା ଦେଇନଥାନ୍ତି ବୋଲି ପ୍ରତାପ ଦେବ କହିଛନ୍ତି । ବିଜେଡିର ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଭିଯୋଗର ଜବାବରେ ପ୍ରତାପ ଦେବ କହିଛନ୍ତି- ତାଙ୍କ ବିରୋଧରେ କୌଣସି ଷଡ଼ଯନ୍ତ୍ର ହୋଇନାହିଁ । ଯାହା ତଦନ୍ତରେ ଆସିଲା, ସେହି ହିସାବରେ ପଦକ୍ଷେପ ନିଆଯାଇଛି । ବାପା ହୋଇ ଭାବି ଜ୍ୱାଇଁର ଦୋଷ ଘୋଡ଼ାଉଛନ୍ତି ପ୍ରଦୀପ ପାଣିଗ୍ରାହୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିନା ପ୍ରମାଣରେ ପଦକ୍ଷେପ ନେବେ ନାହିଁ । ଓଡ଼ିଶା ଜନ ସାଧାରଣ ମୂର୍ଖ ନୁହଁନ୍ତି । ଏଥିରେ କୌଣସି ଷଡ଼ଯନ୍ତ୍ର ହୋଇଛି ବୋଲି ମୋତେ ଲାଗୁନାହିଁ ।
କୋଭିଡ୍ ସମୟରେ ଫ୍ଲାଇଟ୍ ବନ୍ଦ ଥିଲା । ସମସ୍ତଙ୍କ ପାଇଁ ନିୟମ ଥିଲା, ଗସ୍ତ ନ କରିବାକୁ । ଏହି ସମୟରେ ଲୋକଙ୍କ ପଇସାରେ ଟାର୍ଟର ଫ୍ଲାଇଟରେ ବୁଲିବା, କଣ ଜନ ବିରୋଧୀ ନୁହେଁ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ପ୍ରତାପ ଦେବ । କାହା ଅନୁମତିରେ ୧୭ରୁ ୧୮ ଥର ଗସ୍ତ କରିଥିଲେ । ଗଞ୍ଜାମରେ କୋଭିଡ୍ ସ୍ଥିତି ଅଣାୟତ୍ତ ଥିବା ଥିବାବେଳେ ପ୍ରଦୀପ ଫ୍ଲାଇଟରେ ବୁଲୁଥିଲେ । ପ୍ରଦୀପ କୋଭିଡ୍ ପ୍ରବଣ ଗଞ୍ଜାମ ପାଇଁ କ’ଣ କରିଛନ୍ତି ବୋଲି ପ୍ରତାପ ପ୍ରଶ୍ନ କରିଛନ୍ତି ?



Visitors Today : 6
Total Visitors : 130181
Total Views : 9891632
Visitors Online Now : 0