spot_img

ଦିଲ୍ଲୀର ବିଜ୍ଞାନ ଭବନରେ ପହଞ୍ଚିଲେ କୃଷକ ପ୍ରତିନିଧି

ନୂଆଦିଲ୍ଲୀ : କୃଷି ଆଇନ ପ୍ରସଙ୍ଗରେ ସରକାରଙ୍କ ସହ ଆଲୋଚନା କରିବାକୁ ଆନ୍ଦୋଳନରତ କୃଷକ ସଂଗଠନଗୁଡ଼ିକର ପ୍ରତିନିଧିମାନେ ଦିଲ୍ଲୀରେ ପହଞ୍ଚିଛନ୍ତି । ଆଉ କିଛି ସମୟପରେ ଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ସରକାର ଓ କୃଷକ ସଂଗଠନଗୁଡ଼ିକ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ବୈଠକରେ ଅଧ୍ୟକ୍ଷତା କରିବେ । ଏଥିରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ଗୃହମନ୍ତ୍ରୀ ଅମିତ ଶାହା ଯୋଗ ଦେବେ । ଏହି ବୈଠକରେ ଯୋଗ ଦେବାକୁ ଆନ୍ଦୋଳନରତ କୃଷକମାନଙ୍କର ଏକ ୩୫ ଜଣିଆ ପ୍ରତିନିଧିମଣ୍ଡଳ ସିଙ୍ଗୁ ସୀମା ଦେଇ ଦିଲ୍ଲୀ ଯାଉଛନ୍ତି । ଏହି ବୈଠକରେ କେନ୍ଦ୍ର ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥା ରହିବ ବୋଲି ଆଲୋଚନା ବେଳେ ସରକାର କୃଷକ ପ୍ରତିନିଧିମାନଙ୍କୁ ଅବଗତ କରାଇବେ । ଏହା ସହିତ କୃଷକମାନଙ୍କର ଅନ୍ୟାନ୍ୟ ବିଭିନ୍ନ ଆଶଙ୍କାକୁ ଦୂର କରିବାକୁ ସରକାର ଉଦ୍ୟମ କରିବେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular