spot_img

କରୋନାକୁ ପରାସ୍ତ କଲେ ୯୭ ବର୍ଷ ବୟସ୍କ ବୃଦ୍ଧ

ଭୁବନେଶ୍ୱର : କରୋନାକୁ ପରାସ୍ତ କରୁଛନ୍ତି ବୟୋଜ୍ୟେଷ୍ଠ ଏବଂ ହାର ମାନୁଛି କରୋନା। ସମ୍ କୋଭିଡ୍ ହସ୍ପିଟାଲ୍‌ରୁ କୋଭିଡ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୯୭ ବର୍ଷୀୟ ବୃଦ୍ଧ ଶ୍ରୀ ନଟବର ଦାଶ।

ସୂଚନାଥାଉକି କଟକ ଜିଲ୍ଲା କିଶୋର ନଗର ଅଞ୍ଚଳର ୯୭ ବର୍ଷୀୟ ଶ୍ରୀ ନଟବର ଦାସ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ସମ୍ କୋଭିଡ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ନଟବରଙ୍କର ଶ୍ୱାସ ଜନିତ ସମସ୍ୟା, ଉଚ୍ଚ ରକ୍ତଚାପ ଓ ମଧୁମେହ ଭଳି ବ୍ୟାଧି ମଧ୍ୟ ରହିଥିଲା। କୋଭିଡ ପଜିଟିଭ୍ ହେବା ପରେ ସେ ନିମୋନିଆରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ। ସମ୍ କୋଭିଡରେ ଭର୍ତ୍ତି ହେବା ପରେ ତାଙ୍କୁ ତୁରନ୍ତ ଆଇସିୟୁରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା।

ତେବେ ସମ୍ କୋଭିଡ ଟିମ୍‌ର ଅପ୍ରାଣ ଉଦ୍ୟମ, ଉତ୍ତମ ଚିକିତ୍ସା ଓ ଯତ୍ନ ଫଳରେ ହି ୯୭ ବର୍ଷୀୟ ବୟସ୍କ ଏହି ବୃଦ୍ଧ ବ୍ୟକ୍ତି ଜଣଙ୍କ କରୋନାରୁ ସୁସ୍ଥ ହୋଇଛନ୍ତି । ଗତ ନଭେମ୍ବର ୧୮ ତାରିଖରେ ସେ କରୋନା ସଂକ୍ରମିତ ହୋଇ ସମ୍ କୋଭିଡ୍‌ରେ ଭର୍ତ୍ତି ହୋଇଥିବା ବେଳେ ମଙ୍ଗଳବାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଘରକୁ ଫେରିବା ସମୟରେ ନଟବର ସମ୍ କୋଭିଡ୍ ଟିମ୍‌କୁ ଉଚ୍ଚ ପ୍ରଶଂସା କରିଥିବା ବେଳେ ତାଙ୍କ ପୁଅ ଶ୍ରୀ କିଶୋର ଚନ୍ଦ୍ର ଦାଶ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି। ନଟବରଙ୍କ ଭଳି ଅନେକ ବୟୋଜ୍ୟେଷ୍ଠ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇ ସମ୍ କୋଭିଡ ହସ୍ପିଟାଲ୍‌ରେ ଚିକିତ୍ସିତ ହେବା ସହ ସୁସ୍ଥ ହୋଇ ଘରକୁ ଫେରିବାର ନଜିର ରହିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular