ଗଞ୍ଜାମ : ବାଇକରେ ନେଇଯିବା ବେଳେ ହାତରେ ଫୁଟିଗଲା ବୋମା । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅନ୍ତର୍ଗତ ନିର୍ମଳଝର ନିକଟରେ ବୋମା ଫୁଟି ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତ ଯୁବକ ଜଣକ ହେଲେ ମିଟୁ ମହାରଣା ଓ ଆହତଙ୍କ ନାମ ସିଲୁ ପ୍ରଧାନ। ଗୁରୁତର ଅବସ୍ଥାରେ ସିଲୁଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଘଟଣାକୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଛି । କୁହାଯାଉଛି କି ମିଟୁ ଓ ସିଲୁ ଏକ ବାଇକରେ ଯାଉଥିବା ବେଳେ ମିଟୁ ବୋମା ଧରି ପଛରେ ବସିଥିଲେ । ବାଟରେ ବାଇକରୁ ପଡ଼ିଯିବା ଫଳରେ ବୋମା ଫୁଟି ଏଭଳି ଅଘଟଣା ଘଟିଲା । ଖବର ପାଇବା ପରେ ଖଲ୍ଲିକୋଟ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0