spot_img

ଶୀତରେ ଥରୁଛି ରାଜ୍ୟ; ୧୫ ଡିଗ୍ରୀ ତଳେ ୧୭ଟି ସହରର

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଶୀତରେ ୧୭ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ଏବେ ରାଜ୍ୟରେ ପାଗ ଶୁଖିଲା ରହିବ। ଆସନ୍ତା ୪/୫ ଦିନ ପର୍ୟ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନାହିଁ। ଅପରପକ୍ଷରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ଦୁଇଦିନ ଧରି କୁହୁଡ଼ି ପ୍ରକୋପ ଅଧିକ ରହିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ୧୦ ଡିଗ୍ରୀ ସେଲସିୟସ ତଳେ ଅଛି। ସୋମବାର ରାତିରେ ସୋନପୁରରେ ସର୍ବନିମ୍ନ ତାପମାତ୍ରା ୮.୮ ଡିଗ୍ରୀ ସେଲସିୟସ୍, ଦାରିଙ୍ଗିବାଡ଼ିରେ ୯ ଡିଗ୍ରୀ, ଫୁଲବାଣୀ ୯.୮, ଅନୁଗୁଳରେ ୧୦, ଭବାନୀପାଟଣାରେ ୧୨, ବାରିପଦାରେ ୧୨, କୋରାପୁଟରେ ୧୨.୪, କେନ୍ଦୁଝରରେ ୧୨.୪, ଝାରସୁଗୁଡ଼ାରେ ୧୩.୪, ସୁନ୍ଦରଗଡ଼ରେ ୧୪, ବଲାଙ୍ଗିରରେ ୧୪, ତାଳଚେରରେ ୧୪, କଟକରେ ୧୪.୪, ବୌଦ୍ଧରେ ୧୪.୫, ଚାନ୍ଦବାଲିରେ ୧୪.୮, ଟିଟିଲାଗଡ଼ରେ ୧୫, ସମ୍ବଲପୁରରେ ୧୫, ଭୁବନେଶ୍ୱରରେ ୧୫.୪ ଡିଗ୍ରୀ ସେଲସିୟସ୍ ଥିଲା। ବୁଧବାର କଳାହାଣ୍ଡି, କନ୍ଧମାଳ, ସୋନପୁର, ବୌଦ୍ଧ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜରେ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ଅଛି। ଗୁରୁବାର ମଧ୍ୟ ଏସବୁ ଜିଲ୍ଲାରେ କୁହୁଡ଼ି ଘେରିପାରେ , ପାଣିପାଗ ବିଭାଗ ସୂଚନା ଦେଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular