ରାୟଗଡ଼ା: ପ୍ରତିବର୍ଷ ମାଓବାଦୀ ଡିସେମ୍ବର ୨ ତାରିଖରୁ ୮ତାରିଖ ପର୍ୟ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ କରୁଛନ୍ତି । ଗତ କିଛି ଦିନ ତଳେ ପାଟସାଲି ଠାରେ ପୋଷ୍ଟର ବ୍ୟାନର ମାରି ସପ୍ତାହ ପାଳନ ପାଇଁ ମାଓବାଦୀ ଆହ୍ୱାନ ଦେଇଥିଲେ । ଏସବୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏହି ସମୟରେ ସଂଗଠନକୁ ସୁଦୃଢ କରିବା ନିମନ୍ତେ ଉନ୍ନତି ମୂଳକ କାର୍ୟ୍ୟ ଗୁଡିକୁ ଭଣ୍ଡୁର କରିବାପାଇଁ ପୋଡାଜଳା, ବିସ୍ଫୋରଣ କରି ସାଧାରଣ ସମ୍ପତ୍ତି ସବୁ ନଷ୍ଟ କରିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ରାୟଗଡ଼ା ପୋଲିସ ପକ୍ଷରୁ ସହରରେ ଚେକିଂ ଠାରୁ ଆରମ୍ଭ କରି ସହରର ପ୍ରବେଶ ପଥରେ ଯାଞ୍ଚ କଡାକଡି କରାଯାଇଛି । ସେହିପରି ଗୁଇନ୍ଦା ବିଭାଗକୁ ମଧ୍ୟ ସମ୍ପୂର୍ଣ୍ଣ ଆଲର୍ଟ କରାଯିବା ସହ ସୀମାନ୍ତ ଅଞ୍ଚଳରେ ରେ କୁମିଂ କରାଯାଇଛି । ଏହି ଅପରେସନ୍ରେ ରାୟଗଡ଼ା ପୋଲିସ ସହ ସିଆରପିଏଫ ଓ ବିଏସଏଫ ଜବାନ ସାମିଲ ଅଛନ୍ତି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0