ମୁମ୍ବାଇ: ଅଭିନେତା ଓ ଭାରତୀୟ ଜନତା ପାର୍ଟିର ସାସଂଦ ସନି ଦେଓଲ କରୋନାରେ ସଂକ୍ରମିତ ହୋଇଛନ୍ତି । ହିମାଚଳ ପ୍ରଦେଶର ସ୍ୱାସ୍ଥ୍ୟ ସଚିବ ସନି ଦେଓଲ୍ କରୋନାରେ ସଂକ୍ରମିତ ହେବା କଥା ଜଣାଇଛନ୍ତି। ସେ କହିଛନ୍ତି ସନ୍ନି ଦେଓଲ୍ ଗତ କିଛିଦିନ ଧରି କୁଲ୍ଲୁରେ ରହୁଥିଲେ।

କୁଲ୍ଲୁର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସୂଚନା ଅନୁସାରେ ସନ୍ନି ତାଙ୍କ ସାଙ୍ଗମାନଙ୍କ ସହିତ ମୁମ୍ୱାଇ ଯିବାକୁ ଯୋଜନା କରିଥିଲେ। ହେଲେ ଏହା ପୂର୍ବରୁ କରୋନା ପଜିଟିଭ୍ ଥିବା ଜଣାପଡ଼ିଥିଲା। ବର୍ତ୍ତମାନ ତାଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯାଇଛି। ୬୪ବର୍ଷୀୟ ବଲିଉଡ ଅଭିନେତା ସନି ଦେଓଲ୍ କିଛି ଦିନ ତଳେ ମୁମ୍ବାଇରେ କାନ୍ଧର ସର୍ଜରୀ କରିଥିଲେ ଏବଂ ସେ କୁଲ୍ଲୁ ଜିଲ୍ଲାର ମନାଲି ପାଖରେ ଏକ ଫାର୍ମହାଉସରେ ଥିଲେ।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0