spot_img

ଗୋଚର,ରାସ୍ତା ଓ ଜଳାଶୟ ଜାଗାକୁ ସୁରକ୍ଷା ପାଇଁ ତହସିଲ୍ ସମ୍ମୁଖରେ ଅନଶନରେ ଶିକ୍ଷିତ ଯୁବକ

ଅସ୍ତରଙ୍ଗ: ଅସ୍ତରଙ୍ଗ ବ୍ଲକର ବିଭିନ୍ନ ସ୍ଥାନରେ ଥିବା ଗୋଚର,ରାସ୍ତା,ଅନାବାଦୀ ଓ ଜଳାଶୟ ଜମିରେ ଚାଲିଥିବା ବେଆଇନ୍ ନିର୍ମାଣ କାର୍ୟ୍ୟକୁ ବନ୍ଦକରିବା ଓ ଜବରଦଖଲ ଉଛେଦ ଦାବିକରି ଆଜି ଡ଼. ଲକ୍ଷ୍ମୀଧର ବିଶ୍ୱାଳ ନାମକ ଜଣେ ବ୍ୟକ୍ତି ତହସିଲ୍ ସମୁଖରେ ଅନଶନରେ ବସିଥିଲେ l ଏ ସମ୍ପର୍କରେ ତହସିଲଦାର ଓ ଥାନାକୁ ପୂର୍ବରୁ ଲିଖିତ ସୂଚନା ଦେଇ ସକାଳ ୧୧ଟାରୁ ସାଢେ ୨ ଟା ପର୍ୟ୍ୟନ୍ତ ବସିବା ପରେ ତହସିଲଦାର୍ ରାଜଲକ୍ଷ୍ମୀ ନାୟକ ଅନଶନ ସ୍ଥଳକୁ ଆସି ଡ଼.ବିଶ୍ୱାଳଙ୍କ ସହ ଦାବି ସମ୍ପର୍କରେ ଆଲୋଚନା କରି କେତେକ ପୂରଣ କରିବାକୁ ପ୍ରତିଶୃତି ଦେଇଥିଲେଜ୍ଝଆଲୋଚନା ମୁତାବକ ଡିସେମ୍ବର ତୃତୀୟ ସପ୍ତାହରେ ଓଳିହାଁ ଗ୍ରାମର ଜବର ଦଖଲରେ ଥିବା ଗୋଚର ଜମିର ପ୍ରଥମେ ମାପଚୁପ ହେବ ଓ ପରବର୍ତ୍ତୀ ପର୍ୟ୍ୟାୟରେ ଅନ୍ୟ ଜାଗା ବି ମାପକରି ପ୍ରକୃତରେ କେତେ ପରିମାଣରେ ଗୋଚର ଜମି ରହିଛି ତାହା ଚିହ୍ନଟ କରାଯିବ l

ସେହିପରି ଚଳିତମାସ ଦ୍ଵିତୀୟ ସପ୍ତାହରେ ତହସିଲ୍ ସମୁଖରୁ ଜବରଦଖଲ ଉଚ୍ଛେଦ ପାଇଁ ନିଷ୍ପତ୍ତି ନେବା ଓ ଅଭିଯୋଗ ଥିବା ସ୍ଥାନରେ ଜାରିରହିଥିବା ବେଆଇନ ଅଙ୍ଗନବାଡି ନିର୍ମାଣ କାର୍ୟ୍ୟକୁ ତୁରନ୍ତ ବନ୍ଦକରିବାକୁ ବ୍ଲକ୍ ପ୍ରଶାସନକୁ ଚିଠି ଲେଖିବେ ବୋଲି ତହସିଲଦାର୍ କହିଥିଲେ l କିନ୍ତୁ ଏହି ପ୍ରତିଶୃତିକୁ ଲିଖିତ ଭାବେ ଦେବାକୁ ଅନଶନରେ ବସିଥିବା ଡ଼.ବିଶ୍ୱାଳ ଦାବିକରିଥିଲେ l
ପ୍ରକାଶ ଥାଉକି,ନିରୀହ ଗାଈଗୋରୁଙ୍କ ପ୍ରତି ଦୟାକରିବା,ପରିବେଶକୁ ସୂରକ୍ଷା ଦେବା ଦୃଷ୍ଟିକୋଣରୁ ଅସ୍ତରଙ୍ଗର ବିଭିନ୍ନ ସ୍ଥାନରେ ଥିବା ଗୋଚର,ଗ୍ରାମ୍ୟ ଜଙ୍ଗଲ,ଜଳାଶୟ କିମ୍ବା ରାସ୍ତା କିସମରେ ଜାରିରହିଥିବା ବେଆଇନ୍ ଅଙ୍ଗନବାଡି ଓ ଅନ୍ୟାନ୍ୟ ନିର୍ମାଣ କାର୍ୟ୍ୟକୁ ବିରୋଧ କରି ଲକ୍ଷ୍ମୀଧର ଦୀର୍ଘଦିନ ହେବ ସେ ତହସିଲଦାର ସମେତ ପ୍ରଶାସନର ବିଭିନ୍ନ ମହଲରେ ଅଭିଯୋଗ କରିଆସୁଥିଲେ ଜ୍ଝତହସିଲଦାରଙ୍କ ନିକଟରେ ଅଭିଯୋଗ ହେବାରେ ସେ ଆରଆଇଙ୍କ ଜରିଆରେ ତଦନ୍ତକରି ପ୍ରାୟ ୧୭ଟି ଜାଗା ଉପରେ ଆପତ୍ତି ଅଭିଯୋଗ ରହିବା ଜଣାଇ ଅସ୍ତରଙ୍ଗ ବିଡିଓଙ୍କୁ ଚିଠି କରିଥିଲେ ଜ୍ଝକିନ୍ତୁ ବ୍ଲକ ପ୍ରଶାସନ ତହସିଲଦାରଙ୍କ ଚିଠି ପ୍ରତି ଗୁରୁତ୍ୱ ନଦେଇ ବିଭିନ୍ନ ସ୍ଥାନରେ ନିର୍ମାଣ କାର୍ୟ୍ୟ ଜାରିରଖିବାରୁ ଅଭିଯୋଗକାରୀ ଲକ୍ଷ୍ମୀଧର ପୁନଃ ଅଭିଯୋଗ କରିବା ଆରମ୍ଭ କରିଥିଲେ ଜ୍ଝ ସେ ମଧ୍ୟ ଏ ନେଇ ରାଜ୍ୟ ଭିଜିଲାନ୍ସକୁ ଅଭିଯୋଗ କରିଛନ୍ତି ଜ୍ଝ କୌଣସି ସୁଫଳ ନମିଳିବାରୁ ଆଜି ଲକ୍ଷ୍ମୀଧର ତହସିଲ୍ ସମ୍ମୁଖରେ ଧାରଣା ଦେଇଥିଲେ । ଖବର ଲେଖା ହେବା ପର୍ୟ୍ୟନ୍ତ ତହସିଲଦାରଙ୍କ ଲିଖିତ ପ୍ରତିଶୃତିକୁ ଅପେକ୍ଷା କରି ସନ୍ଧ୍ୟା ୬ ଟା ପର୍ୟ୍ୟନ୍ତ ଲକ୍ଷ୍ମୀଧର ଅନଶନରେ ବସିରହିଥିଲେ ଜ୍ଝ

LEAVE A REPLY

Please enter your comment!
Please enter your name here

- Advertisment -

Most Popular