spot_img

ବରିଷ୍ଠ ଅଭିନେତ୍ରୀ ଲଳିତାଙ୍କ ଦେହାନ୍ତ

ଜାତୀୟ ଫିଲ୍ମ ପୁରସ୍କାର ଜିତିଥିବା ବରିଷ୍ଠ ଅଭିନେତ୍ରୀ କେପିଏସି ଲଳିତା ଆଉ ନାହାନ୍ତି। ମାଲାୟଲମ ଓ ବିଭିନ୍ନ ଷ୍ଟେଜରେ ନିଜର ଅଭିନୟର ଯାଦୁ ଦେଖାଇଥିବା ୭୪ ବର୍ଷୀୟ ଲଳିତା ଆଜି କେରଳର କୋଚିରେ ଥିବା ଗୋଟିଏ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ୫ ଦଶନ୍ଧି ଧରି ମାଲାୟଲମ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରିଥିଲେ। ଏହି ସମୟରେ ସେ ୫୫୦ରୁ ଅଧିକ ମାଲାୟଲମ ଓ ତାମିଲ ଫିଲ୍ମରେ ଅଭିନୟ କରିଥିଲେ। ଲଳିତା ଦୁଇ ଥର ନ୍ୟାଶନାଲ ଫିଲ୍ମ ଆୱାର୍ଡ ଓ ୪ଥର କେରଳ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଜିତିଛନ୍ତି। ୧୯୯୯ରେ ରିଲିଜ ହୋଇଥିବା ଅମରାମ ଓ ୨୦୦୦ ମସିହାରେ ରିଲିଜ ହୋଇଥିବା ଶନାତମ ଫିଲ୍ମ ପାଇଁ ତାଙ୍କୁ ଜାତୀୟ ପୁରସ୍କାର ମିଳିଥିଲା। ଏଥିସହ ସେ ୫ ବର୍ଷ ପାଇଁ କେରଳ ସଂଗୀତ ନାଟକ ଏକାଡେମୀର ଚେୟାରମ୍ୟାନ ଭାବେ ମଧ୍ୟ କାର୍ୟ୍ୟ କରିଛନ୍ତି। କେରଳର ଅଲପ୍ପୁଝା ସ୍ଥିତ କୟାମକୁଲମରେ ଜନ୍ମ ଗ୍ରହଣ କରିଥିବା ଲଳିତା ଓରଫ ମାହେଶ୍ୱରୀ ଆମ୍ମା ପରବର୍ତ୍ତୀ ଅବସ୍ଥାରେ କେରଳ ପିପୁଲ୍ସ ଆର୍ଟସ କ୍ଲବ(କେପିଏସି)ରେ ଯୋଗ ଦେଇଥିଲେ। ଅଭିନୟ ଜଗତକୁ ଆସିବା ପରେ ତାଙ୍କୁ ସମସ୍ତେ ଲଳିତା ନାଁରେ ଜାଣିବାକୁ ଲାଗିଥିଲେ। ଏଥିସହ ତାଙ୍କ ନାଁ ପଛରେ କେପିଏସି ଟ୍ୟାଗ ମଧ୍ୟ ଯୋଡ଼ି ହୋଇଯାଇଥିଲା। ଲଳିତା ମାଲାୟଲମ ଫିଲ୍ମ ନିର୍ମାତା ଦିବଂଗତ ଭାରତନଙ୍କୁ ବିବାହ କରିଥିଲେ। ତାଙ୍କ ପୁଅ ସିଦ୍ଧାର୍ଥ ମଧ୍ୟ ଜଣେ ଅଭିନେତା ଓ ସେ ଫିଲ୍ମ ନିର୍ମାତା ଭାବେ ମାଲାୟଲମ ସିନେମାରେ କାମ କରୁଛନ୍ତି। ଆଜି ଲଳିତାଙ୍କ ପରଲୋକ ଖବର ମାଲାୟଲମ ଓ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଶୋକରେ ବୁଡ଼ାଇ ଦେଇଛି। କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କୁ ଠାରୁ ଆରମ୍ଭ କରି ବହୁ ବିଶଷ୍ଟ ବ୍ୟକ୍ତି ତାଙ୍କ ଦେହାନ୍ତ ଖବର ପାଇ ଶୋକ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular