କଟକ : କଟକ ଆଇଆଇଏଫଏଲ ସୁନା ଲୁଟ ଘଟଣାରେ ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଲାଲବାଗ ଥାନା ପୋଲିସ। ଏମାନେ ହେଉଛନ୍ତି ଦେବାଶିଷ ହାଜ଼ରା ଓ ନୀଳମଣି ସାହା। ଏହି ଦୁଇ ଜଣ ଯାକ ମୁଖ୍ୟ ଅଭିଯୁକ୍ତ ଲାଲାର ସହଯୋଗୀ। ଫଳରେ ସୁନା ଲୁଟ୍ ଘଟଣାରେ ମୋଟ ଗିରଫଦାରୀ ୧୩ରେ ପହଞ୍ଚିଛି । ସେପଟେ ଘଟଣା ସମ୍ପର୍କରେ ପୋଲିସ୍ ଜୋରସୋରରେ ଖୋଳତାଡ଼ ଚଳାଇଛି । କିଭଳି ଭାବେ ଯୋଜନା କରି ସୁନା ଲୁଟ୍ କରାଯାଇଥିଲା? ଏଥିରେ ଆଉ ସବୁ କିଏ ସଂପୃକ୍ତ ଅଛନ୍ତି ? ସେ ନେଇ ତଦନ୍ତ ଜାରି ରହିଛି । ଦୋଷୀମାନଙ୍କୁ ଦଣ୍ଡିତ କରିବା ପାଇଁ ପୋଲିସ୍ ଠୋସ୍ ପ୍ରମାଣ ଯୋଗାଡ଼ କରିବାରେ ଲାଗିଛି ।



Visitors Today : 3
Total Visitors : 130213
Total Views : 9891684
Visitors Online Now : 0