spot_img

ଆସନ୍ତା ସପ୍ତାହରେ ବ୍ରିଟେନରେ ଉପଲବ୍ଧ ହେବ ଫାଇଜର ଟିକା

ନୂଆଦିଲ୍ଲୀ: ଡିସେମ୍ବର ୭ରୁ ବ୍ରିଟେନରେ ଟୀକାକରଣ ପ୍ରକିୟା ଆରମ୍ଭ ହେବ । କରୋନା ବିରୋଧୀ ଲଢେଇର ଖୁବଶୀଘ୍ର ଚରମ ସୀମା ପହଚିଂପାରେ । ବିଶ୍ୱର ପ୍ରଥମ କୋଭିଡ୍ ଟୀକା ଫାଇଜରକୁ ଉପଲବ୍ଧି ପାଇଁ ଅନୁମତି ମିଳିଛି । ଆସନ୍ତା ସପ୍ତାହରେ ବ୍ରିଟେନରେ ଉପଲବ୍ଧ ହେବ କରୋନା ଟିକା ।ଏହି କରୋନା ଭ୍ୟାକସିନ ଫାଇଜରକୁ ବ୍ରିଟେନ ସରକାର ଅନୁମତି ଦେଇଛନ୍ତି । ବ୍ରିଟେନର ସ୍ୱାସ୍ଥ୍ୟ ସଚିବ ଆସନ୍ତା ସପ୍ତାହୁ ଏହି ଟିକା ଉପଲବ୍ଧ ହେବ ବୋଲି କହିଛନ୍ତି । ଏହି ଟିକା ୯୫ ପ୍ରତିଶତ ଫଳପ୍ରଦ ହେବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଫାଇଜର କଂପାନୀ, ବ୍ୟାପକ ଆକାର ଟିକା ପ୍ରସ୍ତୁତି କରିବାରେ ପ୍ରଥମ କଂପାନୀ ହେବ ବୋଲି କୁହାଯାଉଛି । ତେବେ ଏହା ଭାରତରେ ବ୍ୟବହାର ହୋଇପାରିବ କି ନାହିଁ, ଏ ନେଇ କୌଣସି ସ୍ପଷ୍ଟି କାରଣ କରାଯାଇନାହିଁ ।କାରଣ ଫାଇଜର ଟିକାକୁ ରଖିବା ଓ ପରିବହନ ପାଇଁ ମାଇନସ୍ ୭୦ ଡିଗ୍ରୀ ସେଲସିୟସ୍ ତାପମାତ୍ରା ଆବଶ୍ୟକ ।

 

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular