spot_img

ଆଜିଥିଲା ଭୋପାଳ ବାସୀଙ୍କ ପାଇଁ କାଳରାତ୍ରୀ

ନୂଆଦିଲ୍ଲୀ:୧୯୮୪ ମସିହା ଡିସେମ୍ବର ୨ ଓ ୩ ତାରିଖ ରାତିର ଘଟଣା। ପ୍ରାୟ ମଧ୍ୟରାତ୍ରର ଘଟଣା । କେହି କେବେ ଭାବିନଥିବେ ଏମିତି ଏକ ଅଭିଶପ୍ତ ରାତି୍ର ଆସି ପହଂଚିବ ବୋଲି । ଦେଖୁ ଦେଖୁ ଚାଲିଗଲା କେତେ ନିରୀହ ଜୀବନ । ୩୬ ବର୍ଷ ଅତିବାହିତ ହୋଇଯାଥିଲେ ମଧ୍ୟ ପୂର୍ବ କାଳରାତ୍ରୀ ସେଠାକାର ଲୋକଙ୍କୁ ମନେପକାଇ ଦେଉଛିି । ମଧ୍ୟପ୍ରଦେଶର ଭୋପାଳ ସହରରେ ଖେଳିଗଲା ଆତଙ୍କ । ୟୁନିୟନ କାର୍ବାଇଟ୍ ଇଣ୍ଡିଆ ପେଷ୍ଟିସାଇଡ କମ୍ପାନୀରୁ ନିର୍ଗତ ବିଷାକ୍ତ ମିଥାଇଲ ଆଇସୋସିଆନେଟ୍ ଗ୍ୟାସ୍ ବ୍ୟାପିଗଲା ସହରରୁ ସହରକୁ । ଏହି ଗ୍ୟାସ୍ ଏତେ ବିଷାକ୍ତ ଥିଲା ଯେ ନିର୍ଗତ ହେବାର କିଛି ସମୟ ମଧ୍ୟରେ ୨,୨୫୯ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା । ପରେ ଏହି ମୃତ୍ୟୁ ସଂଖ୍ୟା ୩,୭୮୭ ବୋଲି ମଧ୍ୟପ୍ରଦେଶ ସରକାର ରିପୋର୍ଟ ଦେଲେ । ହେଲେ ବାସ୍ତବରେ ମୃତ୍ୟୁ ସଂଖ୍ୟା ୧୬ ହଜାର ପାର ହୋଇଥିବା ନେଇ ସେତେବେଳେ ଗଣମାଧ୍ୟମରେ ଖବର ପ୍ରକାଶିତ ହେଲା । ଏହା ଥିଲା କେବଳ ମୃତ୍ୟୁ ସଂଖ୍ୟା । କିନ୍ତୁ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୫୮ ହଜାର ୨୫ ଜଣ ଓ ଆଶିଂକ ଆହତଙ୍କ ସଂଖ୍ୟା ୩୮,୪୭୮ ବୋଲି ମଧ୍ୟପ୍ରଦେଶ ସରକାର ୨୦୦୬ ରେ ସତ୍ୟପାଠ ଦାଖଲ କଲେ ।
ଅନ୍ୟପଟେ ୩୯୦୦ ଲୋକ ଏଥିରେ ଦିବ୍ୟାଙ୍ଗ ହୋଇଥିବା ବି ସରକାର ସୂଚନା ଦେଇଥିଲେ । ଗ୍ୟାସ ଲିକ୍ ହେବାର ୨ ସପ୍ତାହ ମଧ୍ୟରେ ୮ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା । ଗ୍ୟାସ୍ ପ୍ରଭାବରେ ପରବର୍ତ୍ତି ସମୟରେ ୮ ହଜାର ଲୋକଙ୍କର ମୃତ୍ୟୁ ଘଟିଥିଲା।
୧୯୬୯ ମସିହାରେ ଭାରତ ସରକାରଙ୍କ ସିକୃତି ପାଇ ମଧ୍ୟପ୍ରଦେଶ ଭୋପାଳ ଠାରେ ପେଷ୍ଟିସାଇଡ୍ କାରଖାନା ୟୁନିୟନ କାର୍ବାଇଡ ଇଣ୍ଡିଆ ସ୍ଥାପନ କରାଯାଇଥିଲା । ୪୯ ବର୍ଷ ପରେ କମ୍ପାନୀ ଏବେ ସେଠିକାର ଭୂତଳ ଜଳରେ ୧୦ ହଜାର ଟନ୍ ମିଶ୍ରିତ କରିସାରିଛି । ପ୍ରଥମେ ଏହି କମ୍ପାନୀ ଯୋଗୁଁ ୧୫ ଟି ବସ୍ତି ପ୍ରଭାବିତ ହୋଇଥିବା ବେଳେ ପରେ ୩୦ ଟି ଓ ଏବେ ୪୨ ଟି ବସ୍ତିର ମାଟି ଜହର ପାଲଟିଛି । ଏବେ ବି କମ୍ପାନୀର ବାହାର ପରିସରରେ ହଜାର ହଜାର ଟନ୍ ବିଷାକ୍ତ ବର୍ଜ୍ୟ ବସ୍ତୁ ପଡି ରହିଛି । ଏହାକୁ ନେଇ ବିଭିନ୍ନ ସମୟରେ ବି ଜନ ଅସନ୍ତୋଷ ଦେଖିବାକୁ ମିଳିଛି ।ନ୍ୟାୟ ପାଇପବା ଆଶାରେ ହଜାର ହଜାର ଲୋକେ ଅପେକ୍ଷା ରତ ହୋଇ ଅଛନ୍ତି ।

 

 

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular