ଭଦ୍ରକ : ଭଦ୍ରକ ବନ୍ତ ରାସ୍ତା ବରଡେଶ୍ୱର ଛକ ନିକଟରେ ଦୁଇଟି ବାଇକ୍ ମୁହାଁମୁହିଁ। ଜଣେ ମୃତ, ୨ ଗୁରୁତର। ଭଦ୍ରକ ଜିଲ୍ଲା କେନ୍ଦୁଆପଦା ଫାଣ୍ଡି ଅଧିନସ୍ଥ ଭଦ୍ରକରୁ ବନ୍ତ ସଂଯୋଗ କରୁଥିବା ରାସ୍ତାର ବରଡେଶ୍ୱର ଛକ ନିକଟରେ ୨ଟି ବାଇକ୍ ମୁହାଁମୁହିଁ ହୋଇଥିଲା।
ସୂଚନାଥାଉକି ବାପ-ପୁଅ ୨ ଜଣ ଘର କାମ ପାଇଁ ଗ୍ରୀଲ ଧରି ବାଇକ୍ରେ ଯିବା ବେଳେ ଧକ୍କା ହୋଇଥିଲା। ଯାହାଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଅନ୍ୟପଟେ ବାଇକ୍ ଦୁର୍ଘଟଣାରେ ବାପ-ପୁଅ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣାରେ ମୃତ ବ୍ୟକ୍ତଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ମିଳି ନାହିଁ। ଗୁରୁତର ସୁଦର୍ଶନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ପୁଅ କମଳାକାନ୍ତ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ୨ଟି ବାଇକ୍କୁ ଜବତ କରିଛି କେନ୍ଦୁଆପଦା ପୋଲିସ୍।



Visitors Today : 1
Total Visitors : 130304
Total Views : 9891807
Visitors Online Now : 0