ମୁମ୍ବାଇ: ବେଲୁନ ଗିଳିଦେବାରୁ ୪ ବର୍ଷ ଶିଶୁର ମୃତ୍ୟୁ ହୋଇଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୁମ୍ବାଇର ଅନ୍ଧେରୀରେ। ମୃତ ଶିଶୁଟିର ନା ଦେବାରାଜ। ଦେବରାଜ ଭଉଣୀ ସହିତ ଖେଳୁଥିବା ବେଳେ ବେଲୁନ୍ ଗିଳିଦେଇଥିଲା। ବେଲୁନ୍ଟି ଗଳାରେ ଅଟକିଯିବାରୁ ଶିଶୁଟିର ମୃତ୍ୟୁ ହୋଇଛି। ବେଲୁନ୍ଟି ଗଳା ଭିତରକୁ ପଶିଯିବାରୁ ପରିବାର ଲୋକେ ବେଲୁନ୍ କାଢ଼ିପାରି ନଥିଲେ। ଏହାପରେ ପିଲାକୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ପରେ ସେମାନଙ୍କୁ ଅନ୍ୟ ଏକ ମେଡିକାଲ୍କୁ ଯିବାକୁ କୁହାଯାଇଥିଲା। ମୁମ୍ବାଇର ନାନାବତୀ ହସ୍ପିଟାଲକୁ ସ୍ଥାନାନ୍ତର ହେବା ରାସ୍ତାରେ ହିଁ ପିଲାଟି ଚେତାଶୁନ୍ୟ ହୋଇଯାଇଥିଲା । ହସ୍ପିଟାଲରେ ପହଞ୍ଚିବା ପରେ ଶିଶୁକୁ ମୃତ ଘୋଷଣା କରିଥିଲେ ଡାକ୍ତର।



Visitors Today : 1
Total Visitors : 130304
Total Views : 9891807
Visitors Online Now : 0