ରାଉରକେଲା: ହାଜତ ମୃତ୍ୟୁ ଘଟଣା ପ୍ରତିବାଦରେ ୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ ଡାକରା ଦେଇଛି କଂଗ୍ରେସ। ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଜିଲ୍ଲା କଂଗ୍ରେସ ସଭାପତି ଜର୍ଜ ର୍ତିକୀଙ୍କ ନେତୃତ୍ୱରେ ବନ୍ଦ ପାଳନ। ଦୋକାନ, ବଜାର ବନ୍ଦ ରହିଛି। ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣାକୁ ୧୩ ଦିନ ବିତିଥିଲେ ମଧ୍ୟ ଏ ଯାଏଁ ଘଟଣାରେ କାହାକୁ ବି ଗିରଫ କରାଯାଇ ନାହିଁ। ଜାତୀୟ ମାନବାଧିକାର କମିଶନଙ୍କ ଗାଇଡଲାଇନ୍ ଅନୁଯାୟୀ ଚାଲିଛି ତଦନ୍ତ । ହେଲେ ଏ ଯାଏ ପରିବାର ଲୋକଙ୍କୁ ନ୍ୟାୟ ମିଳିପାରିନାହିଁ।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0