ସାଲେପୁର : କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ବଇଁଚୁଆ ଛକ ନିକଟରେ ଏକ ଘରୋଇ ଆମ୍ବୁଲାନ୍ସକୁ ଏକ କାର୍ ଧକ୍କା ଦେଇଛି । ଫଳରେ ଚାଳକ ଜଣଙ୍କ ଆହାତ ହୋଇଥିବା ଜଣାପଡିଛି । ଆମ୍ବୁଲାନ୍ସଟି ରୋଗୀ ଛାଡି ଫେରୁଥିବା ବେଳେ କାରଟି ଦ୍ରୁତ ଗତିରେ ଆସି ଆମ୍ବୁଲାନ୍ସଟିକୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଫଳରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ସୌଭାଗ୍ୟ ବଶତଃ ଆମ୍ବୁଲାନ୍ସଟିରେ କୌଣସି ରୋଗୀ ନଥିବା ବେଳେ ଚାଳକ ଜଣଙ୍କ ଆହାତ ହୋଇଥିବା ଜଣାପଡିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0