ଜୟପୁର : କୋରାପୁଟ ସୀମାନ୍ତ ସମ୍ବାଇରେ ଗୁରୁବାର ସୀମା ନିର୍ଦ୍ଧାରଣ ବୈଠକ ଆରମ୍ଭ ହୋଇଛି । ବୈଠକରେ କୋରାପୁଟ ଜିଲ୍ଲାପାଳଙ୍କ ସହ ରାଜ୍ୟର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି । ଆନ୍ଧ୍ର ପକ୍ଷରୁ ବିଶାଖାପାଟଣାର ବରିଷ୍ଠ ପଦାଧିକାରୀ ବୈଠକରେ ସାମିଲ ହୋଇଛନ୍ତି ।
ଏହି ଟିମ୍ ରାଜସ୍ବ ବିଭାଗର ମ୍ୟାପ୍ ଆଧାରରେ ସୀମା ନର୍ଦ୍ଧାରଣ କରିବେ । ମାସେରୁ ଅଧିକ ସମୟ ହେବ ପଡୋଶୀ ଆନ୍ଧ୍ରର ଲୋକେ ସୀମାନ୍ତ ସମ୍ବାଇ ପଞ୍ଚାୟତର ସୁନାବେଡା ଭିତରକୁ ୫୦୦ ମିଟର ପସି ଆସିଥିବା ଅଭିଯୋଗ ହୋଇଛି । ଆଉ ଏହାକୁ ନେଇ ଉଭୟ ପକ୍ଷର ଲୋକଙ୍କ ମଧ୍ୟରେ ଉତ୍ତେଜନା ପରେ ମାରପିଟ ପର୍ଯ୍ୟନ୍ତ କଥା ଗଲାଣି । ଜିଲ୍ଲା ପ୍ରଶାସନ ଏହି ସୀମା ବିବାଦ ସମାଧାନ ନେଇ ବିଶାଖାପାଟଣା ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଥିଲା ।
ଅନ୍ୟପଟେ କୋରାପୁଟ ସାଂସଦ ବିବାଦୀୟ କୋଟିଆକୁ ଯିବାର କାର୍ଯ୍ୟକ୍ରମ ରହିଥିଲା । ହେଲେ ସୁରକ୍ଷା ଦୃଷ୍ଟି କୋଣରୁ ପ୍ରଶାସନ ଆଡଭାଇଜରୀ ଜାରି କରିବା ପରେ ସାଂସଦ କୋଟିଆ ଗସ୍ତ ବାତିଲ କରିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0