କାନବେରା: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟ୍ୱେଣ୍ଟି୨୦ ଖେଳାଯିବ । ତେବେ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ସିରିଜ ହାରିବା ପରେ ଟ୍ୱେଣ୍ଟି୨୦ ସିରିଜ ଜିତିବା ଲକ୍ଷରେ ରହିଛି ଭାରତୀୟ ଦଳ । ବିସ୍ପୋରକ ଓପନର ବ୍ୟାଟ୍ସମ୍ୟାନ ଶିଖର ଧାୱନ ଓ କେ.ଏଲ. ରାହୁଲ ଆଜିର ଇନିଂସ ଆରମ୍ଭ କରିବେ । ଅନ୍ୟପଟେ ଶ୍ରେୟସ ଆୟାର ଓ ମନୀଷ ପାଣ୍ଡେ ୫ ନମ୍ବର ସ୍ଥାନରେ ବ୍ୟାଟିଂ କରିବେ । ସେହିପରି ବୋଲିଂ ବିଭାଗରେ ବାମହାତି ଦ୍ରୁତ ବୋଲର ଟି.ନଟରାଜନ ଓ ମହମ୍ମଦ ସାମି ଚମକ୍ରାର ଫର୍ମରେ ଅଛନ୍ତି । ଯାହାଫଳରେ ବିପକ୍ଷ ଦଳକୁ ସୀମିତ ରନରେ ରଖିବାରେ ସମର୍ଥ ହେବେ । ସେହିପରି ବିପକ୍ଷ ଦଳରେ ଡେଭିଡ ୱାନର, ପ୍ୟାଟ କମିସନ, ମିଚେଲ ଷ୍ଟାର୍କ ଓ ମାର୍କସ ଷ୍ଟୋଇନିସଙ୍କ ଭଳି ପ୍ରମୁଖ ଖେଳାଳି ଟି୨୦ ସରିଜ ଖେଳୁନାହାଁନ୍ତି । ତେଣୁ ଏହି ସିରିଜ ଜିତି ଦିନିକିଆ ସିରିଜ ପରାଜୟର ପ୍ରତିଶୋଧ ନେବା ପାଇଁ ଭାରତୀୟ ଦଳ ନିକଟରେ ଭଲ ସୁଯୋଗ ରହିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0