ମୁମ୍ବାଇ: ଭାଇରାଲ ହେଉଛି ବଲିଉଡ଼ର ଚୁଲବୁଲି ନାୟିକା ମାଧୁରୀ ଦିକ୍ଷିତଙ୍କ ଫଟୋ । ୫୩ ବର୍ଷର୍ୀୟ ମାଧୁରୀ ସୋସିଆଲ ମିଡ଼ିଆରେ ନିଜର ଏକ ଫନି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଚଷମା ଲଗାଇ ଏକ ଗ୍ରୀନ କଲର କୁର୍ତା ପିନ୍ଧିଛନ୍ତି । ବିନା ମେକଅପରେ ବି ଏହି ନାୟିକାଙ୍କର ବୟସର ହିସାବ ଲଗାଇବା କଷ୍ଟ ସାଧ୍ୟ ହେଇଥାଏ । ମାଧୁରୀ ଏହି ଫଟୋ ତାଙ୍କ ଲିଭିଙ୍ଗ ରୁମରୁ ଉଠାଇଥିବାର ଜଣାପଡ଼ିଛି ।

ତେବେ ତାଙ୍କର ଏହି ଫଟୋକୁ ସୋସିଆଲ ମିଡ଼ିଆରେ ତାଙ୍କ ଫ୍ୟାନ୍ସ ମାନେ ଖୁବ ପସନ୍ଦ କରିବା ସହ ବିଭିନ୍ନ ପ୍ରକାରର କମେଣ୍ଟ ମଧ୍ୟ କରିଛନ୍ତି । ମାଧୁରୀଙ୍କର ଜଣେ ଫ୍ୟାନ୍ସ କମେଣ୍ଟକରିଛନ୍ତି ଏହି ଫଟୋରେ ଆପଣ ଖୁବ ଫନି ଦେଖାଯାଉଛନ୍ତି ।

ଆଉ ଜଣେ ପ୍ୟାନ୍ସ ମଧ୍ୟ କମେଣ୍ଟଦେଇ ଲେଖିଛନ୍ତି ମ୍ୟାମ ଆପଣ ବହୁତ କୁ୍ୟଟ ଲାଗୁଛନ୍ତି । ସେହିପରି କିଛି ଦିନ ପୂର୍ବରୁ ମାଧୁରୀ ଏକ ବ୍ଲାକ ଏଣ୍ଡ ହ୍ୱାଇଟର ଫଟୋ ସେୟାର କରିଥିଲେ । ଯେଉଁଥିରେ ଏକ ଫାରମ୍ପରିକ ଲୁକରେ ନଜର ଆସିଥିଲେ । ଯାହାକୁ ମଧ୍ୟ ତାଙ୍କ ଫ୍ୟାନ୍ସମାନେ ଖୁବ ଭଲପାଇବା ଦେଇଥିଲେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0