spot_img

ସକାଳର ମୁଖ୍ୟଖବର …

(୧) ଝାରପଡା ଜେଲ୍ ଗଲେ ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଜାମିନ ଆବେଦନ ଖାରଜ କରି ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ ଭୁବନେଶ୍ୱରର ଏସଡିଜେଏମ କୋର୍ଟ । ପ୍ରଦୀପଙ୍କ ବିରୋଧରେ ଲାଗିଛି ଠକେଇ, ଜାଲିଆତି ଓ ସାଇବର ଅପରାଧର ଦଫା ।
(୨) ଜାରି ରହିଛି ଚାଷି ଆନେ୍ଦାଳନ…. ଗୁରୁବାର ସାଢେ ୭ ଘଣ୍ଟା ଆଲୋଚନା ପରେ ବାହାରି ପାରିଲାନି ନିଷ୍କର୍ସ । ଆସନ୍ତା ୫ ତାରିଖରେ ପୁଣି କୃଷକୃ- ସରକାର ଆଲୋଚନା । ସେପଟେ ଆନେ୍ଦାଳନ ଶେଷ କରିବାକୁ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଅପିଲ ।
(୩) କରୋନା ନେଇ ଆଜି ମୋଦିଙ୍କ ସର୍ବଦଳୀୟ ବୈଠକ । କୋଭିଡ ସ୍ଥିତି ଓ କରୋନା ଟିକା ନେଇ ହେବ ଭର୍ଚୁଆଲ ଆଲୋଚନା । ଟିକା ପ୍ରସ୍ତୁତ ନେଇ ସବୁଦଳକୁ ଅବଗତ କରାଇପାରନ୍ତି କେନ୍ଦ୍ର ସରକାର ।
(୪) ବାଲେଶ୍ୱର ଓ ମୟୁରଭଞ୍ଜରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ୩.୯ ତୀବ୍ରତା ଭୂକମ୍ପ । ବାରିପଦା ସହ ବଜସାହି, ଖୁଣ୍ଟା, ବେତନଟୀ, ମାଣତ୍ରି ଓ ଉଦଳାରେ ଅନୁଭୂତ । କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ।
(୫) ଆଜି ସ୍ଥଳଭାଗ ଛୁଇଁପାରେ ବାତ୍ୟା ବୁରେଭି । ଥିରୁଅନନ୍ତପୁରମ ଉପକୂଳରେ ଲ୍ୟାଣ୍ଡଫଲ କରିବା ନେଇ ପୂର୍ବାନୁମାନ । ପ୍ରଭାବରେ କେରଳ ଓ ତାମିଲନାଡୁରେ ପ୍ରବଳ ବର୍ଷା ସମ୍ଭାବନା । ପବନର ବେଗ ରହିବ ୯୦ କିଲୋମିଟର । କେରଳର ୪ ଜିଲ୍ଲାରେ ଛୁଟି । ୨ ହଜାର ରିଲିଫ କ୍ୟାମ୍ପ ପ୍ରସ୍ତୁତ ।
(୬) ଆଜି ଭାରତୀୟ ନୈାସେନା ଦିବସ । ୧୯୭୧ରେ ପାକିସ୍ତାନ ବିପକ୍ଷ ଯୁଦ୍ଧରେ ଜିତିଥିଲା ଭାରତ । ନୌସେନା କରାଚି ଅଂଶକୁ ଅବରୋଧ କରିବାରେ ହୋଇଥିଲା ସକ୍ଷମ । ବନ୍ଦ ହୋଇଯାଇଥିଲା ବାଣିଜ୍ୟକ ଯାତାୟାତ ।
(୭) ଆଜିଠୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଟି- ୨୦ ସିରିଜ । ଉଭୟ ଦଳ ଖେଳିବେ ତିନୋଟି ମ୍ୟାଚ । ଦିନିକିଆ ସିରିଜରେ ହାରର ବଦଲା ନେବାକୁ ଚେଷ୍ଟା କରିପାରେ ଟିମ୍ ଇଣ୍ଡିଆ । ସେପଟେ ଆଉ ଏକ ଶୃଙ୍ଖଳ ଜିତିବା ଆଶାରେ ଘରୋଇ ଦଳ ।

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular