ଦିଲ୍ଲୀ: ନବମ ଦିନରେ କୃଷକ ଆନ୍ଦୋଳନ । ସିଂଘୁ ସୀମାରେ କୃଷକଙ୍କ ଆନେ୍ଦାଳନ ଜାରି ରହିଛି । ଅଲଗା ଅଲଗା ରାଜ୍ୟରୁ ଆସୁଛନ୍ତି ହଜାର ହଜାର ଚାଷି । କେନ୍ଦ୍ର କୃଷି ବିଲକୁ ପ୍ରତ୍ୟାହାର କରିବା ଦାବିରେ ଅଡି ସବିଛନ୍ତି ଦେଶର ଅନ୍ନଦାତା । ଗତକାଲି ସଂନ୍ଧ୍ୟାରେ ଏନେଇ ସରକାର ଓ କୃଷକ ନେତାଙ୍କ ମଧ୍ୟରେ ୪ ର୍ଥ ଥର ପାଇଁ ବୈଠକ ଅନୁଷ୍ଠିତ ହୋଇଯାଇଛି । ସରକାର କୃଷକମାନଙ୍କ ଦାବିକୁ ମାନିବାକୁ ପ୍ରସ୍ତୁତ ନଥିବା ବେଳେ କୃଷକମାନେ ବି ଦାବି ପୂରଣ ନହେବା ଯାଏଁ ଦିଲ୍ଲୀ ଛାଡିବାକୁ ନଛୋଡ ବନ୍ଧା ହୋଇ ରହିଛନ୍ତି । ତେଣୁ କୌଣସି ନିଷ୍କର୍ସ ବାହାରିପାରି ନାହିଁ । ଅନ୍ୟପଟେ ଯୋଗାଣ ବ୍ୟବସ୍ଥାର ମୁଖ୍ୟ ବାହକ ଟ୍ରକମାଲିକମାନେ ଗତକାଲି ଠାରୁ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି । ସେମାନେ କୃଷକଙ୍କ ଦାବି ପୂରଣ ନହେଲେ ପରିବହନ କରିବେ ନାହିଁ ବୋଲି ମଧ୍ୟ କହିଛନ୍ତି । ଏସବୁ ପରେ ମଧ୍ୟ ଦିଲ୍ଲୀ ଭିତରକୁ ଯିବାକୁ ଦିଆଯାଉନି କୃଷକଙ୍କୁ । ରାସ୍ତାରେ ବ୍ୟାରିକେଟ୍ କରି କୃଷକମାନଙ୍କୁ ସରକାର ଅଟକାଉଛନ୍ତି । ଦିଲ୍ଲୀ ପୁଲିସର ବ୍ୟାରେକେଟ ଓ ରାସ୍ତାର ଗାଢକୁ ମାତ୍ ଦେବାକୁ ପଞ୍ଜାବରୁ ୫୦ ଟି ଘୋଡା ଆସି ଦିଲ୍ଲୀରେ ପହଞ୍ଚିଛନ୍ତି । ଆଗକୁ ପରିସ୍ଥିତି ଦେଖି ୫ ଶହ ଘୋଡା ଆଣିବାର ଯୋଜନା ମଧ୍ୟ ରଖିଛନ୍ତି କୃଷକ । ଆସନ୍ତା ଶନିବାର କୃଷକ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ପଞ୍ଚମ ରାଉଣ୍ଡ ବୈଠକ ଅନୁଷ୍ଠିତ ହେବାକୁ ରହିଛି । ସେପଟେ ଆଜି ଏନେଇ କୃଷକ ସଂଗଠନର ବୈଠକ ହେବ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0