spot_img

ଆସିଲା ରମେଶଙ୍କ ବ୍ୟବଚ୍ଛେଦ ରିପୋର୍ଟ

ପୁରୀ : ପୁରୀ ବାସେଳି ସାହି ଥାନା ପୁଲିସ୍ ହେପାଜତରେ କେ. ରମେଶ ନାମକ ଜଣେ ଯୁବକଙ୍କ ନଭେମ୍ବର ୧୯ ତାରିଖରେ ମୃତ୍ୟୁ ଘଟିଥିଲା । ମୃତକଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଆସିଯାଇଛି। ଆଉ ଏହି ରିପୋର୍ଟ ରେ ରହିଛି ଲୋମ ଟାଙ୍କୁରା ତଥ୍ୟ। ମୃତ୍ୟୁ ପୂର୍ବରୁ ରମେଶଙ୍କୁ ଦିଆଯାଇଥିଲା ନିର୍ୟାତନା । ଏହାବ୍ୟତୀତ ମୁଣ୍ଡରେ ଶକ୍ତ ଆଘାତ ଯୋଗୁ ରମେଶଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ପୁଲିସ୍ ମାଡ଼ରେ କେ. ରମେଶଙ୍କ ମୃତ୍ୟୁ ଅଭିଯୋଗକୁ ତତ୍କାଳୀନ ପୁରୀ ଏସ୍ପି ଖଣ୍ଡନ କରିଥିବା ବେଳେ ଏବେ ତାଙ୍କ ମିଛ ଧରା ପଡ଼ିଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାଯାଇଛି ଯେ, ମୃତ୍ୟୁ ପୂର୍ବରୁ ରମେଶଙ୍କ ଶରୀରରେ ୧୬ଟି କ୍ଷତ ଚିହ୍ନ ଥିଲା। ଏହି କ୍ଷତ ଚିହ୍ନଗୁଡ଼ିକ କୌଣସି ଲାଠିର ମାଡ଼ ଓ ଆଘାତ ଯୋଗୁଁ ସୃଷ୍ଟି ହୋଇ ଥାଇପାରେ । ରମେଶଙ୍କ ମସ୍ତିଷ୍କରେ ୨୫୦ ମିଲିଲିଟର ରକ୍ତ ଜମାଟ ବାନ୍ଧିଥିଲା। ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ରମେଶଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ଡାକ୍ତର। ଶବ ବ୍ୟବଚ୍ଛେଦ ରିପୋର୍ଟ ପୁଲିସ୍କୁ ଦିଆଯାଇଥିବାବେଳେ, ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ପୁଲିସ୍ ମାଡ଼ରେ କେ. ରମେଶଙ୍କ ମୃତ୍ୟୁ ଘଟିଛି ବୋଲି ଯାହା କୁହାଯାଉଛି, ତାହା ସତ ନୁହେଁ ବୋଲି କହିଥିଲେ ଏସ୍ପି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular