spot_img

ଖୁବ୍ ଶୀଘ୍ର ଖୋଲିବ ଯୁକ୍ତ ୨ କଲେଜ

ଭୁବନେଶ୍ୱର: ଖୁବ୍ ଶୀଘ୍ର ଖୋଲିବ ଯୁକ୍ତ୨ କଲେଜ । କଲେଜର ଲାବୋରେଟାରୀ, କ୍ଲାସ୍ ରୁମ୍, ଶୌଚାଳୟ, ପିଇବା ପାଣି ଏବଂ ଅନ୍ୟାନ୍ୟ ଉପକରଣ ପ୍ରସ୍ତୁତ ରଖିବା ସହ ଏସବୁ କୋଭିଡ୍ ପୂର୍ବ ସ୍ଥିତିକୁ ଫେରାଇ ଆଣିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଚିଠି ଲେଖିଛନ୍ତି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟର ସମସ୍ତ ଯୁକ୍ତ୨ କଲେଜ କ୍ୟାମ୍ପସକୁ ବିଶୋଧନ ଓ ସଫା କରିବାକୁ ସରକାରୀ ଓ ଘରୋଇ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ପ୍ରସ୍ତୁତି ନେଇ ସପ୍ତାହେ ମଧ୍ୟରେ ରିପୋର୍ଟ ଦେବାକୁ ଚିଠିରେ ନିର୍ଦ୍ଦେଶ ରହିଛି । କୋଭିଡ-୧୯ ଯୋଗୁଁ ଗତ ମାର୍ଚ୍ଚରୁ କଲେଜରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। ପୂର୍ବରୁ କେଲଜ କେବେ ଖୋଲିବ ସେ ନେଇ ରାଜ୍ୟ ସରକାର ସ୍ଥିର କରି ନାହାଁନ୍ତି। ଖୁବଶୀଘ୍ର କଲେଜ ଖୋଲିବା ନେଇ ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ତେବେ ସ୍କୁଲ କେବେ ଖୋଲିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular