ନୟାଗଡ଼: ଆଜିପୁଣି ଜେରା ପାଇଁ ବାବୁଲି ଓ ତା’ର ଡ୍ରାଇଭରକୁ ନେଲା ଏସ୍ଆଇଟି । ପରୀ ହତ୍ୟା ମାମଲାରେ ଏସ୍ଆଇଟି ତନାଘନା ଆରମ୍ଭ କରିଛି। ଅଭିଯୁକ୍ତ ବାବୁଲି ନାୟକର ଘର ଯାଞ୍ଚ ସହିତ ତାକୁ ମାରାଥନ ଜେରା କରାଯାଇଥିବା ଜଣାପଡ଼ିଛି। ଗତକାଲି ବାବୁଲିକୁ ଜେରା କରିବା ପରେ ଏସ୍ଆଇଟି ତାକୁ ଛାଡ଼ି ଦେଇଥିଲା। କିନ୍ତୁ ଆଜି ପୁଣି ଜେରା ପାଇଁ ବାବୁଲି ଓ ତାର ଡ୍ରାଇଭରକୁ ନିଆଯାଇଛି। କୁନି ଝିଅର ହତ୍ୟା ପଛରେ ବାବୁଲିର ହାତ ଥିବା ପରୀର ପରିବାର ଅଭିଯୋଗ କରି ଆସୁଛନ୍ତି। ଅଙ୍ଗ ତସ୍କରି ପାଇଁ ଝିଅକୁ ହତ୍ୟା କରାଯାଇଛି ବୋଲି ସେମାନେ ପୂର୍ବରୁ କହିଛନ୍ତି। ତେବେ ବାବୁଲି ନାୟକ କାହିଁକି ପରୀର ପରିବାରକୁ ଆକ୍ରମଣ କରିଥିଲା, ସେ ନେଇ ଏସ୍ଆଇଟି ଖୋଳତାଡ଼ କରୁଛି। ଘଟଣା ଦିନ ବାବୁଲି ଓ ତାର ଡ୍ରାଇଭର ବିଜୟ ବେହେରା କେଉଁଠି ଥିଲେ ତାର ତନାଘନା କରାଯାଉଛି।



Visitors Today : 14
Total Visitors : 130503
Total Views : 9892046
Visitors Online Now : 0