spot_img

ରାଜ୍ୟର ସବୁଠୁ ଥଣ୍ଡା ସହରରେ ସୋନପୁର

ଭୁବନେଶ୍ୱର:ଦିନକୁ ଦିନ ଶୀତ ବଢିବାରେ ଲାଗିଛି । ସୋନପୁରରେ ରାଜ୍ୟର ସବୁଠୁ ଥଣ୍ଡା ସହର ଭାବେ ପରିଗଣିତ ହୋଇଛି। ଆଜି ସବୁଠାରୁ ଅଧିକ ଥଣ୍ଡା ଅବୁଭବ ହୋଇଛି ସୋନ ପୁଚର ସହରରେ । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୧୬ ସହରରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ ତଳକୁ ଖସି ଆସିଛି । ସୋନପୁରରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮.୪ ଡିଗ୍ରୀ ରେକର୍ଡ କରାଯାଇଛି । ଦାରିଙ୍ଗବାଡ଼ିରେ ୯, ଅନୁଗୁଳ ଓ ଫୁଲବାଣୀରେ ୧୦, ଭବାନୀପାଟଣାରେ ୧୦.୮, ଝାରସୁଗୁଡ଼ାରେ ୧୧.୮, ତାଳଚେରରେ ୧୨, କେନ୍ଦୁଝରରେ ୧୨.୮, ସୁନ୍ଦରଗଡ଼ରେ ୧୩, ବଲାଙ୍ଗୀର ଓ କୋରାପୁଟରେ ୧୩.୨, ବୌଦ୍ଧରେ ୧୩.୫, ବାରିପଦାରେ ୧୪, ହୀରାକୁଦରେ ୧୪.୧, ଟିଟିଲାଗଡ଼ ଓ ସମ୍ବଲପୁରରେ ୧୪.୨ ଡିଗ୍ରୀ ରେକର୍ଡ ହୋଇଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular