spot_img

ସୈାନ୍ଦର୍ଯ୍ୟର ସିକ୍ରେଟ କଞ୍ଚାକ୍ଷୀର

ସାଧାରଣତଃ କଞ୍ଚାକ୍ଷୀର ଶରୀର ପାଇଁ ହିତକର ବୋଲି ସମସ୍ତେ ଜାଣିଛନ୍ତି । ଏଥିରେ ଭିଟାମିନ୍ ଏ, କ୍ୟାଲସିୟମ, ଆଇରନ୍, ପ୍ରୋଟିନ , କୋଲେଷ୍ଟ୍ରଲ ବହୁ ପରିମାଣରେ ରହିଛି । କ୍ଷୀର କେବଳ ଶରୀର ନୁହେଁ ତ୍ୱଚା ପାଇଁ ମଧ୍ୟ ଏହା ଲାଭଦାୟକ ହୋଇଥାଏ । କଂଞ୍ଚାକ୍ଷୀର ମୁହଁରେ ଲଗାଇବା ଦ୍ୱାରା ତ୍ୱାଚା ଉଜ୍ୱଳ ହେବା ସହିତ କୋମଳ ହୋଇଥାଏ ।
ଆସନ୍ତୁ ଜାଣିବା କଞ୍ଚାକ୍ଷୀର ତ୍ୱଚାରେ କିପରି ବ୍ୟବହାର କରାଯାଏ ।
୧. ଅମୃତଭଣ୍ଡା ଓ କଞ୍ଚାକ୍ଷୀରର ମିଶ୍ରଣକୁ ତ୍ୱଚାରେ ଲଗାଇବା ଦ୍ୱାରା ତ୍ୱଚା ଗ୍ଲୋ କରିଥାଏ । ଅମୃତଭଣ୍ଡାରେ ଏକ ଏନଜାଇମ୍ ରହିଥିବାରୁ ଏହା ଡେଡ ସେଲକୁ ତ୍ୱଚାରୁ ବାହାର କରି ବ୍ରଣ ଓ ଦାଗ ସମସ୍ୟା ଦୂର ହୋଇଥାଏ ।
୨. ବୟସ ବଢିଲେ ତ୍ୱଚାରେ କୁଞ୍ଚନ ଆସିଥାଏ । ଏଥିପାଇଁ ଅମୃତଭଣ୍ଡାରେ କଂଞ୍ଚାକ୍ଷୀର ମିଶାଇ ମୁହଁରେ ଲଗାନ୍ତୁ । କିଛି ସମୟ ରଖିବା ପରେ ଥଣ୍ଡା ପାଣି ରେ ମୁହଁକୁ ଧୋଇଦିଅନ୍ତୁ ।
୩. ଧୂଳି ଓ ଧୂଆଁ ଯୋଗୁ ତ୍ୱଚା ମଳିନ ପଡିଯାଏ । ଏଥିପାଇଁ କଂଞ୍ଚାକ୍ଷୀର ସହିତ ମହୁ ମିାଶାଇ ଲଗାଇବାଦ୍ୱାରା ତ୍ୱଚା ସଫା ହୋଇଥାଏ ।
୪. ମସୁର ଡାଲି , ବେସନ ଓ କଞ୍ଚାକ୍ଷୀରକୁ ରାତିରେ ବତୁରାଇ ରଖିଦିଅନ୍ତୁ । ସକାଳେ ଏହାର ପେଷ୍ଟ ପ୍ରସ୍ତୁତ କରି ନିୟମିତ ଭାବରେ ମୁହଁରେ ଲଗାନ୍ତୁ । ଏହାକୁ ଲଗାଇଲେ ତ୍ୱଚାରେ ଥିବା ଅତିରିକ୍ତ କେଶ ସଫା ହେବା ସହ ତ୍ୱଚା ଉଜ୍ୱଳ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular