spot_img

ଗ୍ରାହକଙ୍କୁ ଠକୁଛନ୍ତି କି? ହୋଇଯାଆନ୍ତୁ ସାବଧାନ…..

ଉପଭୋକ୍ତା ସଂରକ୍ଷଣ ଅଧିନିୟମ-୨୦୧୯ ଆଧାରରେ ନୂଆ ନିୟମ ଲାଗୁ କଲେ ମୋଦି ସରକାର । ୨୦ ଜୁଲାଇରୁ ଏହି ନିୟମ ସମଗ୍ର ଦେଶରେ ଲାଗୁ ହୋଇଛି । ୧୯୮୬ ଅଧିନିୟମକୁ ପରିବର୍ତ୍ତନ କରାଯାଇ ଏହି ନୂତନ ନିୟମ ପ୍ରଣୟନ କରାଯାଇଛି । ନିୟମ କାର୍ଯ୍ୟକାରୀ କରାଗଲେ ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ଆଉ ନୂତନ ଆଇନର ଆବଶ୍ୟକତା ପଡିବ ନାହିଁ । ଏହି ଅଧିନିୟମରେ ଗ୍ରାହକମାନଙ୍କ ସୁରକ୍ଷା ପାଇଁ ଅନେକ ନୂଆ ନିୟମ ଲାଗୁ କରାଯାଇଛି ।

ଆସନ୍ତୁ ଜାଣିବା କ’ଣ ରହିଛି ଏହି ନୂତନ ନିୟମ?
ନୂଆ ନିୟମ ଅନୁଯାୟୀ, ଉପଭୋକ୍ତା ଅଦାଲତ ସହ ଏକ କେନ୍ଦ୍ରୀୟ ଉପଭୋକ୍ତା ସଂରକ୍ଷଣ ପ୍ରାଧିକରଣ ପ୍ରସ୍ତୁତ କରାଯାଇଛି । ଯାହା ସହାୟତାରେ ଉପଭୋକ୍ତାଙ୍କ ଅଭିଯୋଗର ତୁରନ୍ତ ବିଚାର କରାଯିବ ।
ନକଲି ସାମଗ୍ରୀ ବିକ୍ରି କରୁଥିବା ଦୋକାନୀମାନଙ୍କୁ ଛଅ ମାସରୁ ନେଇ ଆଜୀବନ ଜେଲ ଦଣ୍ଡାଦେଶ ହୋଇପାରେ । ସାମାନ୍ୟ ଘଟଣାରେ ଗ୍ରାହକକୁ ୧ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ପଡିପାରେ ।
ବିକ୍ରି ହୋଇଥିବା ସାମଗ୍ରୀ ଦ୍ୱାରା ଉପଭୋକ୍ତା ପରୋକ୍ଷ କିମ୍ବା ପ୍ରତ୍ୟକ୍ଷରେ କ୍ଷତିଗ୍ରସ୍ତ ହେଲେ ଦେକାନୀକୁ ୭ ବର୍ଷ ଜେଲ ଏବଂ ଗ୍ରାହକକୁ ୫ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ପଡିପାରେ । କେବଳ ସେତିକି ନୁହେଁ ଯଦି ସେହି ସାମଗ୍ରୀ ପାଇଁ ଉପଭୋକ୍ତାଙ୍କ ପରିବାରର କାହାର ବି ମୃତ୍ୟୁ ହୁଏ ତେବେ ତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତି ପୂରଣ ଦିଆଯିବା ସହ ବିକ୍ରେତାଙ୍କୁ ଆଜୀବନ କାରାବାସ ମିଳିବ ।
ନୂଆ ନିୟମରେ ପ୍ରଥମ ଥର ପାଇଁ ଅନଲାଇନ୍ ଓ ଟେଲିସପିଙ୍ଗ ବିଜ୍ଞାପନକୁ ସାମିଲ କରାଯାଇଛି । ଉପଭୋକ୍ତାମାନଙ୍କୁ ପ୍ରଚାର ମାଧ୍ୟମରେ ବିଜ୍ଞାପନ କରିବା ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ । ଖାଦ୍ୟ ସାମଗ୍ରୀରେ ଘୋଟାଲା କଲେ କମ୍ପାନୀ ମାନଙ୍କୁ ଅର୍ଥ ଦଣ୍ଡ ସମେତ ଜେଲ ଦଣ୍ଡ ଦିଆଯିବ । ଏକ ‘ଗ୍ରାହକ ମଧ୍ୟସ୍ଥତା ସେଲ’ ଗଠନ କରାଯିବ ଯେଉଁଠି ଦୁଇ ପକ୍ଷଙ୍କୁ ନିଜ ନିଜର ପକ୍ଷ ରଖିବାକୁ ସୁଯୋଗ ମିଳିବ ।
ପିଆଇଏଲ ଏବେ କନଜ୍ୟୁମର ଫୋରମ୍ ରେ ଆବେଦନ କରାଯାଇପାରିବ । ରାଜ୍ୟ ଗ୍ରାହକ ବିବାଦ କମିଶନରେ କୋଟିଏରୁ ୧୦ କୋଟି ପର୍ଯ୍ୟନ୍ତ ଓ ଜାତୀୟ ଗ୍ରାହକ ବିବାଦ କମିଶନରେ ୧୦ କୋଟିରୁ ଉର୍ଦ୍ଧ କେସର ଶୁଣାଣି ହୋଇପାରିବ । ଜାତୀୟ ଗ୍ରାହକ ବିବାଦ୧୯୮୬ ମସିହା ଅଧିନିୟମରେ ଏପରି ସୁଯୋଗ ନଥିଲା ।
ଦେଶର ଯେଉଁ ସ୍ଥାନରୁ ଜିନିଷ କିଣିଥିଲେ ମଧ୍ୟ ଗ୍ରାହକ ଯେକୌଣସି ସ୍ଥାନରେ କନଜ୍ୟୁମର କୋର୍ଟରେ ମାମଲା ଦାୟର କରିପାରିବେ । ଉପଭୋକ୍ତା ବିବାଦ ନିବାରଣ ଆୟୋଗ ଗ୍ରାହକଙ୍କର ଏହି ଅଭିଯୋଗ ଶୁଣିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular