କେରଳ: ବାତ୍ୟା ‘ବୁରେଭି’ ଧୀରେ ଧୀରେ ଦୁର୍ବଳ ହେଉଛି । କେରଳରେ ବାତ୍ୟା ‘ବୁରେଭି’ର ଦୁର୍ବଳତା ହେତୁ ରାଜ୍ୟର ସାତୋଟି ଜିଲ୍ଲା ପାଇଁ ଜାରି କରାଯାଇଥିବା ରେଡ ଆଲର୍ଟ ‘ପ୍ରତ୍ୟାହାର କରିନେଇଛି ପାଣିପାଗ ବିଭାଗ । ବୁରେଭି’ର ପ୍ରଭାବ ହେତୁ ବର୍ଷା ଓ କ୍ଷୟକ୍ଷତିର ସମ୍ଭାବନାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ଏହି ସତର୍କ ସୂଚନା ଜାରି କରିଥିଲା।ବର୍ତ୍ତମାନ ରାଜ୍ୟର ୧୦ ଟି ଜିଲ୍ଲା ପାଇଁ ‘ହଳଦିଆ ଆଲର୍ଟ’ ଜାରି କରିଛି ପାଣିପାଗ ବିଭାଗ ।ଏହି ବାତ୍ୟା ଧୀରେ ଧୀରେ ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରିବ । ଏହି ସମୟ ମଧ୍ୟରେ ପବନର ବେଗ ଘଣ୍ଟା ପ୍ରତି ୭୦ କିଲୋମିଟର ପର୍ୟ୍ୟନ୍ତ ପହଞ୍ଚିପାରେ । ଏହାକୁ ଦୃଷ୍ଟିରେ ରଖି ଥିରୁବନନ୍ତପୁରମ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ନଅଟି ବିମାନ ଉଡ଼ାଣ ସମୟରେ ପରିବର୍ତ୍ତନ କରାଯାଇଛି ।



Visitors Today : 0
Total Visitors : 130181
Total Views : 9891632
Visitors Online Now : 0