spot_img

ବନ୍ଧୁକ ମୁନରେ ୩ ଲକ୍ଷ ଟଙ୍କା ଲୁଟ

ବଲାଙ୍ଗିର : ବନ୍ଧୁକ ମୁନରେ ଲୁଟି ନେଲେ ୩ ଲକ୍ଷ ଟଙ୍କା । ବଲାଙ୍ଗିର ସହର ଉପକଣ୍ଠ ଲଖପାଲି ନିକଟରେ ଥିବା କମଳ ଚୌଧୁରୀଙ୍କ ବିସ୍କୁଟ ହୋଲସେଲ ଦୋକାନରୁ ଗନ୍ ପଏଣ୍ଟରେ ୩ ଲକ୍ଷ ଟଙ୍କା ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି ।

ଗତ ରାତି ପ୍ରାୟ ୮ଟା ପରେ ପ୍ରାୟ ୧୦ରୁ ଉର୍ଦ୍ଧ୍ୱ  ମୁଖା ପିନ୍ଧା ଯୁବକ ବାଇକ୍‌ରେ ଦୋକାନ ନିକଟକୁ ଆସିଥିଲେ ।  ୪ ଜଣ  ଭିତରେ ପଶିଥିବା ବେଳେ ଅନ୍ୟମାନେ ବାହାରେ ଜଗି ରହିଥିଲେ। ସେମାନେ ମାରଣାସ୍ତ୍ର ଏବଂ ପିସ୍ତଲ ଦେଖାଇ ମାଲିକ ଓ କର୍ମଚାରୀଙ୍କୁ ଭୟଭୀତ କରାଇଥିଲେ । ତାପରେ ହଠାତ ଡ୍ର ଖୋଲି ୩ ଲକ୍ଷ ଟଙ୍କା ଲୁଟ କରି ଚମ୍ପଟ ମାରିଥିଲେ ଲୁଟେରା । ଖବର ପାଇ ରାତିରେ ବଲାଙ୍ଗିର ଏସ.ଡି.ପି.ଓ ଏବଂ ପୁଇଁନ୍ତଲା ପୁଲିସ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କ ଟେର ପାଇପାରି ନାହିଁ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular