ଭୁବନେଶ୍ଵର: ରିମାଣ୍ଡ ଅବଧି ସରିବା ପରେ ଜେଲ ଗଲେ ପାଠକ ବାପା-ପୁଅ । ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଝାରପଡା ଜେଲକୁ ପଠାଇ ଦେଇଛନ୍ତି ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ । ତେବେ ଆଉ ପାଠକ ବାପା-ପୁଅଙ୍କୁ ରିମାଣ୍ଡରେ ନେବାର ଆବଶ୍ୟକତା ନଥିବା କହିଛନ୍ତି ଭିଜିଲାନ୍ସ ତଦନ୍ତକାରୀ ଅଧିକାରୀ ହରିଶଙ୍କର ପତି । ଠକେଇ ଓ ଆର୍ଥିକ କାରବାର ବାବଦରେ ଯାହା ତଥ୍ୟ ମିଳିବା କଥା ତାହା ମିଳିଛି । ଏହି ଘଟଣାରେ କୌଣସି ଷଡଯନ୍ତ୍ର ହୋଇ ନଥିବା ସେ ସ୍ପଷ୍ଟ କରିଛନ୍ତି ।
ଆଇଏଫଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଜେରା ବେଳେ ଭିଜିଲାନ୍ସ ହାତରେ ଲାଗିଛି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଭିଜିଲାନ୍ସ ଏସଆଇଟି ଟିମର ଘନ ଘନ ଜେରା ବେଳେ ଅନେକ ତଥ୍ୟ ସାମନାକୁ ଆସିଛି । ଗିରଫ ପୂର୍ବରୁ ନଭେମ୍ବର ମାସରେ ବାପା , ପୁଅ ମିଳିତ ଭାବେ ଯାଇକି ଭୁବନେଶ୍ୱରରେ ଟଙ୍କା ଡିପୋଜିଟ କରିଥିଲେ । ଥରେ ୫୦ ଲକ୍ଷ ଓ ଆଉ ଥରେ ୩୫ ଲକ୍ଷ ଏଡିଏଫସି ଓ ଆଇସିଆଇସିଆଇ ବ୍ୟାଙ୍କର ଡିପୋଜିଟ କରିଛନ୍ତି । ସବୁ ଟଙ୍କା ଆକାଶ ପାଠକଙ୍କ ଆକାଉଂଟକୁ ଯାଇଛି । ଏହା ସହ ଝିଅ ବାହାଘର ପାଇଁ ୬୦ ଳକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ମାନିଛନ୍ତି । ଝିଅକୁ ପାଠ ପଢେଇବାକୁ ୯୦ ଲକ୍ଷ ଖର୍ଚ୍ଚ ହୋଇଥିବା ବେଳେ ପୁଅ ପାଠପଢା ପାଇଁ ୨୦ ଲକ୍ଷ ଖର୍ଚ୍ଚ ହୋଇଛି । ପୁଅ ବାହାଘର ପାଇଁ ୧୦ କୋଟିର ବଜେଟ ଥିଲା ବୋଲି ଅଭୟକାନ୍ତ ପାଠକ ଜେରା ବେଳେ କହିଛନ୍ତି ।



Visitors Today : 0
Total Visitors : 130181
Total Views : 9891632
Visitors Online Now : 0