spot_img

ଟ୍ରେନରେ କଟି ମାଆ ଓ ୧୦ ମାସର ଝିଅ ମୃତ

ଟାଙ୍ଗୀ :   ଟ୍ରେନ୍ ଲାଇନରେ ଆତ୍ମହତ୍ୟା କଲେ ମାଆ ଓ ଝିଅ । କିନ୍ତୁ ମହିଳାଙ୍କ ପରିବାର ଲୋକେ ଏହା ଆତ୍ମହତ୍ୟା ନୁହେଁ ବରଂ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲା ଟାଂଗୀ ଥାନା ଅଭିମାନପୁର ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଘଟଣା ଘଟିବା ପରେ ଶାଶୁ-ଶ୍ୱଶୁରକୁ ଅଟକ ରଖି ପୋଲିସର ପଚରାଉଚରା କରିଛି।

ସୂଚନାନୁସାରେ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଅଭିମାନପୁର ଗ୍ରାମର ତ୍ରିନାଥ ସ୍ୱାଇଁଙ୍କ ପୁତ୍ର ନାଲ୍ଲା ପୁରୀ ଜିଲ୍ଲା ଗଡିଶାଗଦା ଥାନା ଦେଇପୁର ଗ୍ରାମର ଗୋକୁଳ ପରିଡା ଝିଅ ଝରଣାଙ୍କୁ ବିବାହ କରିଥିଲେ । ପ୍ରାୟ ୨ ବର୍ଷ ପୂର୍ବେ ବିବାହ ହୋଇଥିଲା । ବିବାହ ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା । ରବିବାର ଝରଣା ଓ  ତାଙ୍କର ୧୦ ମାସର ଝିଅ ଟ୍ରେନ ଲାଇନରେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା । ମହିଳାଙ୍କ ଶ୍ୱଶୂର ପ୍ରଥମେ ଉଭୟଙ୍କ ମୃତଦେହ ଟ୍ରେନ୍ ଲାଇନରେ ଦେଖିବାକୁ ପାଇଥିଲେ ।

କିନ୍ତୁ ମହିଳାଙ୍କ ପରିବାର ଲୋକଙ୍କ କହିବା କଥା ଅଲଗା । ସେମାନଙ୍କ କହିବା କଥା ହେଲା ଯେ, ଝିଅ ଏବଂ ନାତୁଣୀକୁ ତା’ର ଶାଶୂ, ଶ୍ୱଶୁର, ସ୍ୱାମୀ ଏବଂ ଅନ୍ୟମାନେ ମିଳିମିଶି ହତ୍ୟା କରିଛନ୍ତି । ଏହା ପରେ ଟ୍ରେନ ଲାଇନରେ ଫିଙ୍ଗି ଦେଇଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular