ଆଳି: ଖରସ୍ରୋତା ନଦୀରୁ ବୁନ୍ଦାଏ ପାଣି ନଦେବାର ଆନ୍ଦୋଳନରେ ଆଜି ଏକ ନୂଆ ଫର୍ଦ୍ଦ ଯୋଡିଛି ବିରୋଧୀ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି। ବରୁଣାଡିହା ବାରମାଣିଆ ନଦୀ ତୁଠରୁ ଶତାଧିକ ମହିଳା ଆଜି ଖରସ୍ରୋତା ଗର୍ଭରେ ଆରମ୍ଭ କରିଛନ୍ତି ଜଳସତ୍ୟାଗ୍ରହ। ମେଗାପାନୀୟ ଜଳପ୍ରକଳ୍ପ ନାଁରେ ଖରସ୍ରୋତାକୁ ଶୁଷ୍କନଦୀରେ ପରିଣତ କରିବାକୁ ଦିଆ ନଯିବାର ସଂକଳ୍ପ ନେଇ ସଂଗ୍ରାମ ସମିତିର ମହିଳା ବାହିନୀ ସଦସ୍ୟାମାନେ ଦୀପ, ଧୂପ, ଫୁଲ, ଚନ୍ଦନ ଦେଇ ଖରସ୍ରୋତାକୁ ବନ୍ଦାପନା କରିବା ସହିତ ଖରସ୍ରୋତାରୁ ବୁନ୍ଦାଏ ପାଣି ନଦେବାର ସଂକଳ୍ପକୁ ଜୋରଦାର କରିଛନ୍ତି।ମହିଳା ବାହିନୀର ନେତ୍ରୀ ସବିତା ବରଜ, କବିତା ବେହେରା, ମୋନାଲିସା ବେହେରା, ଅପର୍ଣ୍ଣା ମହାନ୍ତି, ସରସ୍ବତୀ ରାଉତ, ସଂଯୁକ୍ତା ବେହେରା କଳ୍ପନା ମହାନ୍ତିଙ୍କ ନେତୃତ୍ବରେ ଶତାଧିକ ମହିଳା ଜଳସତ୍ୟାଗ୍ରହରେ ସଂକଳ୍ପ ନେଇଥିବା ବେଳେ ସଂଗ୍ରାମ ସମିତିର ସଂପାଦକ ବିଧାନ ଦାସ, ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଦୁର୍ୟ୍ୟୋଧନ ମହାନ୍ତି, କାଳୀପ୍ରସାଦ ନାୟକ, ଶରତ ରାଉତ, ଉମେଶ ମଲ୍ଲ, ଦାମୋଦର ଧଳ, ରବୀନ୍ଦ୍ର ସ୍ବାଇଁ ପ୍ରମୁଖ ନଦୀତଟରୁ ଖରସ୍ରୋତା ବଞ୍ଚାଅ ନାରା ଦେଇଥିଲେ।



Visitors Today : 0
Total Visitors : 130423
Total Views : 9891953
Visitors Online Now : 0